ସ୍ତ୍ରୀଙ୍କ ପାଇଁ ଗରାଖ ଯୋଗାଡ଼ କରନ୍ତି ସ୍ୱାମୀ

ଦିଲ୍ଲୀର ନଜଫଗଡ଼ରେ ବାସ କରନ୍ତି ପେରନା ସମ୍ପ୍ରଦାୟ । ସେମାନଙ୍କ ସମାଜରେ ଏକ ପରମ୍ପରା ପ୍ରାୟ ୫୦ରୁ ଅଧିକ ବର୍ଷ ଧରି ପ୍ରଚଳିତ । ପେରନା ସମ୍ପ୍ରଦାୟରେ ସ୍ତ୍ରୀଙ୍କୁ ଦେହବେପାରରେ ଲଗାନ୍ତି ତାଙ୍କ ସ୍ୱାମୀ । ସେ ମଧ୍ୟ ସ୍ତ୍ରୀଙ୍କ ପାଇଁ ଗରାଖ ଯୋଗାଡ଼ କରନ୍ତି । ଦିନରେ ୪ରୁ ୫ ଗରାଖଙ୍କ ସହିତ ସମୟ କାଟିବା ପରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହିତ ଘରକୁ ଫେରି ରନ୍ଧାବଢ଼ା କାମ କରଥାନ୍ତି । ସ୍ଥାନୀୟ ବାସିନ୍ଦା କୁହନ୍ତି ୧୯୬୪ରେ ପେରନା ସମ୍ପ୍ରଦାୟ ରାଜସ୍ଥାନରୁ ଦିଲ୍ଲୀ ଆସି ଭିକ୍ଷାବୃତ୍ତି କରୁଥିଲେ । ତେବେ ପେଟପାଟଣା ପାଇଁ ଧୀରେ ଧୀରେ ଦେହ ବେପାରକୁ ଆଦରି ନେଇଥିଲେ । ପେରନା ସମ୍ପ୍ରଦାୟରେ ବାହାଘର ପରେ ଶ୍ୱଶୁର ଘରେ ବୋହୂକୁ ଏଭଳି କାମରେ ନିୟୋଜିତ କରାଯାଇଥାଏ । ପେରନାଙ୍କୁ ଏଭଳି କାମରୁ ନିବୃତ୍ତ କରିବା ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ