ରେଷ୍ଟୁରାଣ୍ଟ୍ରେ ମିଳେ ଆକାଶରେ ଉଡ଼ି ଖାଇବାର ଆନନ୍ଦ
ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ୍ରେ ଭିନ୍ନ ଭିନ୍ନ ଅଫର ଉପଲବ୍ଧ ହୋଇଥାଏ । ତେବେ ବେଲଜିୟମରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକାଶରେ ଉଡ଼ି ଖାଦ୍ୟ ଖାଇବାର ଅନୁଭୂତି ପ୍ରଦାନ କରାଯାଇଥାଏ । ଗ୍ରାହକ ଏଠାରେ ଆକାଶର ପବନରେ ପକ୍ଷୀ ପରି ଉଡ଼ି ଖାଇବାକୁ ତିନି ମାସ ଆଗରୁ ବୁକିଂ କରିଥାନ୍ତି । ଭୂପୃଷ୍ଠରୁ ପ୍ରାୟ ଏକ ଶହ ଫୁଟ୍ ଉଚ୍ଚରେ ରହିଛି ଏହି ରେଷ୍ଟୁରାଣ୍ଟ୍ । ଏହାକୁ ଏକ ଲମ୍ୱା କ୍ରେନ୍ ସାହାଯ୍ୟରେ ଝୁଲାଇ ରଖାଯାଇଛି । ଏହାର ଚଉଡ଼ା ପ୍ରାୟ ୫୦ ମିଟର । ଏଠାରେ ଗ୍ରାହକ ମହାଆନନ୍ଦରେ ଖାଦ୍ୟ ଖାଇଥାନ୍ତି ।


