ସଂଗରୋଧ କେନ୍ଦ୍ର ତଦାରଖ କଲେ କେନ୍ଦୁଝର ଜିଲାପାଳଙ୍କ

ଯୋଡା (ସମୀର କୁମାର ଦାସ) : କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ସୋମବାର ଦିନ ଯୋଡା ପୌରପାଳିକା ଏବଂ ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ରମାନ ତଦାରଖ କରିଛନ୍ତି । ଯୋଡା ପୌରାଚଂଳରେ ଅବସ୍ଥିତ ୪ଟି କେନ୍ଦ୍ରକୁ ପରିଦର୍ଶନ କରି ଏଥିରେ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିଙ୍କ ନିମନ୍ତେ ସମସ୍ତ ସୁବିଧାର ଅନୁଧ୍ୟାନ କରିଥିଲେ । ଯୋଡା ପୌରପାଳିକା ଏବଂ ବ୍ଲକ କାର୍ଯ୍ୟାଳୟରେ ଏନେଇ ଦୁଇଟି ବୈଠକର ଆୟୋଜନ କରାଯାଇଥିଲ । ଏହି ବୈଠକରେ ବଡବିଲ୍ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ, ଯୋଡା ବିଡିଓ ଯୋଗେଶ୍ୱର ନାଏକ ଏବଂ ପୌରପାଳିକା ଓ ବ୍ଲକର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ମଙ୍ଗଳବାରଠାରୁ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ମାନଙ୍କୁ ଏହି ସଂଗରୋଧ କେନ୍ଦ୍ର ଗୁଡିକରେ ରଖାଯିବାର ବ୍ୟବସ୍ଥା କରାଯିବ । ଯୋଡା ସହରରେ ଭୀକ୍ଷା ବୃତି କରୁଥିବ ୧୩ଜଣ ବ୍ୟକ୍ତିଙ୍କୁ କମାର ଯୋଡା ଆହାରକେନ୍ଦ୍ର ଠାରେ ରଖାଯାଇ ଖାଦ୍ୟପେୟର ବ୍ୟବସ୍ଥା କରାଯିବ । ରବିବାର ସନ୍ଧ୍ୟାରେ ବିଭିନ୍ନ ଠିକା ସଂସ୍ଥାରେ କାର୍ଯ୍ୟରତ ବାହାର ରାଜ୍ୟର ଶ୍ରମିକ ମାନେ ପଳାଇ ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଏହି କେନ୍ଦ୍ରରେ ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ