ହିଞ୍ଜିଳିକୁ ଚୟନ କଲେ ନବୀନ
ଭୂବନେଶ୍ୱର ,( ଯୁଗାବ୍ଦ ନ୍ୟୁଜ୍): ରବିବାର ବିଧାନସଭା ବିଜେପୁର ଆସନକୁ ବାଏ ବାଏ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ଦିନ ଧରି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିବା ବିଷୟକୁ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଓ ହିଞ୍ଜିଳି ଆସନରେ ବିପୁଳ ପରିମାଣରେ ଭୋଟରମାନେ ଦେଇ ପ୍ରାର୍ଥୀ ଚୟନ କରିଥିବା ବେଳେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଥିଲା ନବୀନ ବିଜେପୁର ଆସନ ବାଛିବେ ନା ପୁଣୀ ଥରେ ସେହି ପୁରୁଣା ଗଡ ହିଞ୍ଜିଳି ଗଡକୁ ବାଛିବେ । କିଛି ଦିନ ପରେ ନବୀନ ଏହି ଘଟଣାରେ ପୂର୍ଣ୍ଣଚ୍ଛେଦ କରିଛନ୍ତି । ବିଜେପୁର ବାଏ ବାଏ କରି ହିଞ୍ଜିଳି ଗଡକୁ ନବୀନ ପୁଣୀ ଥରେ ପସନ୍ଦ କରିଛନ୍ତି । ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ୨ ଆସନରୁ ଲଢି ବିଜୟୀ ଲାଭ କରିଥିଲେ । ଖବର ଅନୁଯାୟୀ ବ୍ୟବଧାନରେ ବିଜୟୀ ଲାଭ କରିଥିଲେ । ବିଜେପୁର ବିଧାନସଭା ଆସନରେ ନବୀନ ପଟ୍ଟନାୟକ ୫୭, ୧୨୨ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଥିଲେ। ନବୀନଙ୍କୁ ୧,୧୦,୬୦୪ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ସନତ କୁମାର ଗୌନ୍ତିଆଙ୍କୁ ୫୩,୪୮୨ ଖଣ୍ଡ ଭୋଟ୍ ମିଳିଥିଲା।ସେହିପରି ହିଞ୍ଜିଳି ବିଧାନସଭା ଆସନରେ ନବୀନ ପଟ୍ଟନାୟକଙ୍କୁ ୯୪,୦୬୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ୟ୍ୟଙ୍କୁ ୩୩,୯୦୫ ଖଣ୍ଡ ଭୋଟ୍ ମିଳିଥିଲା। ବିଜେଡ଼ି ମୁଖ୍ୟ ନବୀନ ହିଞ୍ଜିଳିରୁ ବିଜୟଲାଭ କରିଥିଲେ ।


