ଅଡୁଆରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଲୋକସଭା ନିର୍ବାଚନ ବେଳେ ଅଘୋଷିତ ଟଙ୍କା କାରବାର ମାମଲାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ସିବିଆଇ ତନାଘନା କରି ତଦନ୍ତ ଆରମ୍ଭ କରିଛି । ସିବିଆଇ ପ୍ରାଥମିକ ସ୍ତରରେ ନିର୍ବାଚନ କମିସନରଙ୍କ ଦସ୍ତାବିଜ ଓ ଆୟକର ବିଭାଗର ରିପୋର୍ଟକୁ ତନ୍ନ ତନ୍ନ କରି ସିବିଆଇ ତର୍ଜମା କରୁଛି । ମଧ୍ୟପ୍ରଦେଶ ରେ ବିଭିନ୍ନ ସରକାରୀ ବିଭାଗରୁ ଅର୍ଥ ସଂଗ୍ରହ ହୋଇଥିଲା । ଏହି ଘଟଣା ପରେ କଂଗ୍ରେସ ବିଭିନ୍ନ ସ୍ଥାନରେ ଟଙ୍କା ହେରଫେର ହୋଇଥିବା କଥା ଆଲୋଚନା ହୋଇଥିଲା ।ଏହା ପରେ ଆୟକର ବିଭାଗ ତରଫରୁ ମଧ୍ୟପ୍ରଦେଶର ୫୦ ଟି ସ୍ଥାନରେ ଚଢାଉ ଜାରୀ ରଖିଥିଲା । ଏହି ସମୟରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ସହଯୋଗୀଙ୍କ ୁମଧ୍ୟ ଛାନଭିନ କରିଥିଲା । ନିର୍ବାଚନ ଶେଷ ହେବା ପରେ କମଲନାଥଙ୍କ ବିରୋଦ୍ଧରେ ବେଆଇନ ଟଙ୍କା ହେରଫେର ହୋଇଥିବା କଥା ଅଭିଯୋଗ ହୋଇଛି ।


