କୋଭିଡ-୧୯ ଆପତି ଅଭିଯୋଗ ପାଇଁ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର
ନୂଆଦିଲ୍ଲୀ : କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନସନ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ ଡିଏଆରପିଜି ପକ୍ଷରୁ ଜାତୀୟ ପର୍ଯ୍ୟବେକ୍ଷଣ ଡେସବୋର୍ଡର ଶୁଭାରମ୍ଭ କରିଛନ୍ତି । https://darpg.gov.in ୱେବସାଇଟ କୋଭିଡ-୧୯ ସଂକ୍ରାନ୍ତ ସମସ୍ତ ତଥ୍ୟ କ୍ରମାନ୍ୱୟରେ ରହିବ । ଡିଏଆରପିଜି ପକ୍ଷରୁ ପ୍ରସ୍ତୁତ ଏହି ଡେସବୋର୍ଡ ଜାତୀୟ ଆପତ କାଳୀନ ଆଇନ ୨୦୦୫ ବଳରେ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, କୋଭିଡ-୧୯ ସମ୍ପର୍କିତ ସମସ୍ତ ଆପତି ଅଭିଯୋଗର ତତ୍କାଳ ସମାଧାନ ଏହି ଡେସବୋର୍ଡର ଉଦ୍ଦେଶ୍ୟ । ଡଃ ସିଂ କହିଛନ୍ତି ଯେ, ପ୍ରଥମ ଦିନରେ ସେ ବ୍ୟକ୍ତିଗତ ଭାବରେ କେନ୍ଦ୍ର ସରକାରଙ୍କର ୨୬୨ ଅଭିଯୋଗ, ରାଜ୍ୟ ସରକାରଙ୍କ ୮୩ ଅଭିଯୋଗ ପରୀକ୍ଷା ନିରୀକ୍ଷା କରିଛନ୍ତି । ଡିଏଆରପିଜି ପକ୍ଷରୁ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକରଙ୍କ ବିଭାଗଗୁଡିକୁ ଜଣାଇ ଦିଆଯାଇଛି । ପ୍ରଥମ ଦିନରେ ଏହି ଡେସବୋର୍ଡ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୪୩ଟି, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୩୧ଟି ଓ ଅର୍ଥ ମନ୍ତ୍ରଣାଳୟର ୨୬ଟି ଅଭିଯୋଗ ପାଇଛି । ଏଗୁଡିକ ଏକତ୍ରବାସ ଜନିତ ସୁବିଧା ଅସୁବିଧା, ଲକଡାଉନର ଉଲଂଘନ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ବିଭିନ୍ନ ଅଭିଯୋଗ ଋଣ ପୈଠ ଜନିତ ସୁବିଧା ଅସୁବିଧା, ବିଦେଶରୁ ଲୋକମାନଙ୍କ ସ୍ଥାନାନ୍ତରଣ ଇତ୍ୟାଦି ଅର୍ନ୍ତଭୁକ୍ତ । ଡିଏଆରପିଜିର ସଚିବ ଡଃ କ୍ଷେତ୍ରପତି ଶିବାଜୀ, ଅତିରିକ୍ତ ସଚିବ ଭି. ଶ୍ରୀନିବାସ, ଯୁଗ୍ମ ସଚିବ ଶ୍ରୀମତୀ ଜୟା ଦୁବେ ଏବଂ ଏନବିଏସ ରାଜପୁତଙ୍କ ସମତେ ବିଭାଗର ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ ।