ଓଡିଶାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଲା
ଭୁବନେଶ୍ବର, ସାରା ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ୫ଟି ସହରର ତାପମାତ୍ର ୩୯ ଡିଗ୍ରୀ ରହିଛି। ଆଜି ଯେଉଁ ୩ଟି ସହରରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରହିଛି ସେଗୁଡିକ ହେଲା ବଲାଙ୍ଗୀର, ଟିଟିଲାଗଡ ଏବଂ ମାଲକାନଗିରି। ସେହିପରି ୫ଟି ସହରର ତାପମାତ୍ରା ୩୯ ଡିଗ୍ରୀ ଟପିଛି। ସେଗୁଡିକ ହେଲା ପାରଳାଖେମୁଣ୍ଡି, ବୌଦ୍ଧ, ନୟାଗଡ, ଭୁବନେଶ୍ବର ଏବଂ କଟକ। ବର୍ତ୍ତମାନଠାରୁ ଏପରି ଗରମ ହେଲାଣି ମାନେ ଆଗକୁ ଆହୁରି ତାତିବ ବୋଲି ଜଣାପଡିଛି।