ନବ ନିଯୁକ୍ତ ପାରାମେଡିକାଲ ଷ୍ଟାଫଙ୍କୁ କୋଭିଡ -୧୯ ସମ୍ପର୍କିତ ନିଯୁକ୍ତି ଓ ତାଲିମ ପ୍ରଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଆଜି ସ୍ଥାନୀୟ ଟାଉନହଲ ପରିସରରେ ନବ ନିଯୁକ୍ତ ପାରାମେଡିକାଲ ଷ୍ଟା‘ ଅର୍ଥାତ ଷ୍ଟାଫନର୍ସ, ଫାର୍ମାସିଷ୍ଟ, ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ, ଲାବୋରଟୋରୀ ଟେକନିସିଆନ ଏବଂ ରେଡିଓଗ୍ରା‘ରମାନଙ୍କୁ କୋଭିଡ -୧୯ ସମ୍ପର୍କିତ ନିଯୁକ୍ତି ଓ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ)ଡା.ମିର୍ଜାବାବର ବେଗ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ)ଡା.ସଚିଦାନନ୍ଦ ମିଶ୍ର,ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ ପ୍ରମୁଖ ଯୋଗଦେଇ ଏହି ନବ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ କୋଭିଡ -୧୯ ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଷ୍ଟାଫନର୍ସ ପଦବୀରେ ୧୫ଜଣ, ମହିଳା ସ୍ୱାସ୍ଥ୍ୟକର୍ମୀ ପଦରେ ୭୩ଜଣ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦରେ ୪ଜଣ, ଫାର୍ମାସିଷ୍ଟ ପଦରେ ୧୧ଜଣ, ଲାବରୋଟୋରୀ ଟେକନିସିଆନ ପଦରେ ୫ଜଣ ଓ ରେଡିଓଗ୍ରା‘ର ପଦରେ ୨ଜଣ ଏଭଳି ମୋଟ ୧୧୦ଜଣଙ୍କୁ ଜିଲ୍ଲାର ବିଭିନ୍ନ ଆଇସୋଲେସନ କେନ୍ଦ୍ର,ପି.ଏଚ.ସି.ଓ ସି.ଏଚ.ସି.ରେ ନିଯୁକ୍ତି ପ୍ରଦାନ କରାଯାଇଛି ।


