ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ମ୍ୟାଚ
ଇଂଲଣ୍ଡ ରେ ହୋଇଯାଇଛି ବିଶ୍ୱ କପ ପାଇଁ ମହା ସମର । କିଏ ଚଳିତ ଥର ବିଶ୍ୱ କପ ଚମ୍ପିୟାନ ହେବ ତାକୁ ଦେଖିବା ପାଇଁ ଚାହିଁ ବସିଛନ୍ତି ଦର୍ଶକ ଆଉ ଆଜି ବିଶ୍ୱ କପରେ ଭାରତ ତାହାର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିରୋଧରେ ଅପରାହ୍ନ ୩ ଟାରେ ମାନଇନ ବ୍ଲ୍ୟୁ ତାର ଅଭିଯାନ ଆରମ୍ଭ କରିବ । ନିଜର ଷ୍ଟ୍ରୋଙ୍ଗ ବ୍ୟଟିଂଙ୍ଗ କୁ ନେଇ ସାରା ବିଶ୍ୱରେ ପରିଚିତ ଥିବା ଭାରତ ଆଜି କରିଶ୍ମା ଦେଖାଇବ ବୋଲି କ୍ରୀଡା ପ୍ରେମୀ ଆଶା ରଖିଛନ୍ତି । ଏହା ସହିତ ଶାଣିତ ବୋଲଂ ପାଇଁ ଟିମ ରେ ଅଛନ୍ତି ବୁମରାହ, ସ୍ପିଡ ଷ୍ଟାର ସାମି , ଅଲରାଉଣ୍ଡର ହାର୍ଦ୍ଧିକ, ଏବଂ ଭୁବନେଶ୍ୱର କୁମାର ସାମିଲ ଅଛନ୍ତି । ଏହା ଭାରତ ର ପ୍ରଥମ ମ୍ୟାଚ ହୋଇଥିବାରୁ କମ ପ୍ରେସରେ ଖେଳିବ ଟିମ ଇଣ୍ଡିଆ । ଯଦି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ ହାରିଯାଏ ତାହାଲେ ଟୁର୍ଣ୍ଣାମେଣ୍ଟ ରୁ ବିଦାହେବ ।