ଉପବାଚସ୍ପତି ରେସ ରେ ଭର୍ତ୍ତୃହରି
ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ସାଂସଦ ମାନଙ୍କୁ ବିଭାଗ ବଣ୍ଟି ସାରିବା ପରେ ଏବେ ନଜର ରେ ଲୋକସଭା ର ଉପବାଚସ୍ପତି ପଦ । ଏହାକୁ ନେଇ ବିଜେପି ନିଜର ଗୋଟି ଚାଳନା କରୁଛି ,କୁହାଯାଉଛି ଲୋକସଭା ର ବରିଷ୍ଠ ସାଂସଦ ତଥା କଟକ ଲୋକସଭା ସଂସଦିୟ କ୍ଷେତ୍ର ରୁ ନିର୍ବାଚିତ ହୋଇଥିବା ଭତ୍ତୃହରି ମହତାବ ଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବଂ ତାଙ୍କ ସହ ୱାଇଏସଆର କଂଗ୍ରେସ ର ଜଣେ ସାଂସଦ ଏହି ଲବି ରେ ଅଛନ୍ତି । ତେବେ ଏହାକୁ ଦୃଢ ଭାବେ ବିରୋଧ କରୁଛି ଶିବସେନା । ଦଳ ର ମୁଖପାତ୍ର ସଂଜୟ ରାଉତ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନ ରେ ଓଡିଶାରେ ବିଜେଡି ବିରୋଧରେ ବିଜେପି ଲଢିଥିବାରୁ ସେ ଏହାକୁ ବିରୋଧ କରିଛନ୍ତି । ଏହା ସହିତ ରାଉତ କହିଚନ୍ତି ଏନଡିଏ ର ଆମେ ଦ୍ୱିତୀୟ ବୃହତମ ଦଳ । ଅପର ପକ୍ଷରେ ଓଡିଶା ରୁ ଦୁଇ ଜଣ ମନ୍ତ୍ରୀ ମୋଦି ଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ ଆଉ ଜଣ ଓଡିଆ ଲୋକସଭା ର ଉପବାଚସ୍ପତି ପଦ ରେସ ରେ ରହିବା ନିଶ୍ଟିତ ଭାବେ ସବୁ ଓଡିଆ ଙ୍କ ପାଇଁ ଗର୍ବ ଓ ଗୋରବ ର ବିଷୟ ।


