ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବ ଟାଇକୋଣ୍ଡୋ ପତିଯୋଗୀତା
(ଯୁଗାଦ୍ଦ ନ୍ୟୁଜ) , ଆସନ୍ତା ୯ ଜୁନ ରୁ ୧୬ ଜୁନ ମଧ୍ୟରେ ଜାତୀୟ ଟାଇକୋଣ୍ଡା ଓ ଟାଇକୋଣ୍ଡା ଫେଡେରେସନ ଅଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ହେବାକୁ ଯାଉଥିବା ଆନ୍ତର୍ଜାତୀୟ ଟାଇକୋଣ୍ଡୋ ପତିଯୋଗୀତା ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥିରେ ଗଞ୍ଜାମ ଜିଲ୍ଲାରୁ ୧୪ ଜଣ ପ୍ରତିଯୋଗୀ ଭାଗ ନେବେ । ସେମାନଙ୍କ ମଧ୍ୟରୁ ଛତ୍ରପୁର ଟାଇକୋଣ୍ଡୋ ଏକାଡେମୀ ରୁ ରୁଦ୍ର ନାରାୟଣ ବେହେରା ପିୟୁସ ପ୍ରସାଦ ଷଢଙ୍ଗୀ , ବିକାଶ ଗୌଡ଼ ଆଲୋକ ଦାସ ,ପପୁନା ଦାସ ଓ ବିକାଶ ବେହେରା ସେହିପରି ଟୁଡେଜ ଟାଇକୋଣ୍ଡାରୁ ରାହୁଲ ଗୌଡ଼ ଵ୍ରହ୍ମପୁର ଟାଇକୋଣ୍ଡୋ ଟ୍ରେନିଂ ସ୍କୁଲ ରୁ ଆଦିତ୍ୟରାଜ ନାୟକ ଜାଗୁଆର ମାର୍ଟିଆଲ ଆର୍ଟ ଏକାଡେମୀ ରୁ ଶ୍ୱତା ମହାପାତ୍ର, ପ୍ରୀତି ପ୍ରନ୍ନା ମହାନ୍ତି, ଦୀପ୍ତି ପ୍ରଧାନ, ସୌମ୍ୟ ସ୍ୱରାଜ ସାହୁ ସ୍ନେହାଶ୍ରୀ ନାୟକ ଓ ଅମ୍ବିକା ପ୍ରସାଦ ଦାସ ଭାଗ ନେବେ ତା ସହିତ ୯ରୁ ୧୦ ତାରିଖ ରେ ଅନ୍ତର୍ଜାତୀୟ କୋଚ୍ ସେମିନାର ରେ କେ ମନୋଜ ପ୍ରଧାନ ଓ ଅମ୍ବିକା ପ୍ରସାଦ ଦାସ ଏହି ମାନଙ୍କୁ ଆଜି ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡୋ ସଂଘର ତରଫରୁ ସମର୍ଦ୍ଧନା କରାଯାଇଛି। ଏହି କାର୍ୟ୍ୟକ୍ରମ ରେ ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତି, ଅନିତା ମିଶ୍ର , ଜନୋଜ କୁମାର ମହାରଣା,ଇ ଲଳିତ କୁମାର, ସିଏଚ ପ୍ରସାଦ ନାୟକ ,ବସୁ ନାହାକ, ଡି ମନୋଜ ପ୍ରଧାନ ସହ ଜିଲ୍ଲା ର ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ମନେ ଶୁଭେଚ୍ଛା ଜଣାଇଛନ୍ତି।


