ପାଞ୍ଚଟି ରାଜ୍ୟରେ କାଳବୈଶାଖି ସମ୍ଭାବନା : ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରୀ
ନୂଆଦିଲ୍ଲୀ : ପାଞ୍ଚଟି ଜିଲ୍ଲାରେ କାଳବୈଶାଖି ସହ ବଜ୍ରପାତ ହୋଇପାରେବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି । ଜିଲ୍ଳା ମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ମହାରାଷ୍ଟ,ଛତିଶଗଡ, କର୍ଣ୍ଣାଟକ ଓ ତାମିଲନାଡୁର ଆଭ୍ୟନ୍ତରିଣ ଅଂଚଳ ପୁଡ୍ଡୁଚେରୀ ଆଦି ସ୍ଥାନରେ ଝଡତୋଫାନ ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ଗଙ୍ଗା କୁଳବର୍ତ୍ତୀ ପଶ୍ଚିମବଙ୍ଗ , କର୍ଣ୍ଣାଟକର ଆଭ୍ୟନ୍ତରିଣ ଅଂଚଳ ,ଆସାମ ଓ ମେଘାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ତରଫରୁ ଆଗରୁ ସୂଚନା ଦିଆଯାଇଛି ।


