ବିଶ୍ୱ ଉର୍ଜା ଚାହିଦାର କେନ୍ଦ୍ର ହୋଇ ରହିବ ଭାରତ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ପୂର୍ବପରି ଭାରତ ବିଶ୍ୱ ଉର୍ଜା ଚାହିଦାର ଯେପରି ଆଗରେ ଥିଲା କରୋନା ପରବର୍ତୀ ସମୟରେ ମଧ୍ୟ ଭାରତ ବିଶ୍ୱ ଉର୍ଜା ଚାହିଦାର ଆଗରେ ରହିବ ବୋଲି ଜି-୨୦ ଶକ୍ତିମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସି ଯୋଗେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ସାଉଦି ରାଜକୁମାର ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି ପ୍ରଧାନ ବିଶ୍ୱରେ ଚଳିତ ଅଭାବନୀୟ ପରିସ୍ଥିତି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଏଲପିଜି ଛଡା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍ ହୋଇଛି । ଦେଶର ୮୦.୩ ମିଲିୟନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି କରିଛନ୍ତି । ଦେଶରେ ୨୩ ବିଲିୟନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲପିଜି ଯୋଗାଣ କାରଣରୁ ଏହାର ଚାହିଦା ଦେଶରେ ବଢିଥିବା କହିଛନ୍ତି । ଭାରତରେ ବଢୁଥିବା ଏଲପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ମିତ୍ର ରାଷ୍ଟ୍ର ଗୁଡିକ ପୂରଣ କରୁଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ସେହିପରି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କ ପାଇଁ ଉଚିତ୍ ମୂଲ୍ୟ ତଥା କ୍ରୟ କରୁଥିବା ଭାରତ ପରି ଦେଶ ମାନଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ନେଇ ଭାରତର ପୂର୍ବ ମତକୁ ସମ୍ମିଳନୀରେ ଦୋହରାଇଥିଲେ । ବିଶ୍ୱର ତୈଳ ଚାହିଦା କମ୍ ହେଉଥିବା ବେଳେ ଆଗାମୀ ଦିନରେ ଇନ୍ଧନ ଚାହିଦା ବଢାଇ ଯୋଗାଣକୁ ବୃଦ୍ଧି କରି ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍ ରଖିବା ସମୟର ଆବଶ୍ୟକତା ବୋଲି କହିଛନ୍ତି । ବୈଶ୍ୱିକରଣ ସଜ୍ଞା କେବଳ ଆର୍ଥିକ ଏଜେଣ୍ଡା ଆଧାରରେ କରାଯିବା ଉଚିତ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ମତକୁ ସମ୍ମିଳନୀରେ ଦୋହରାଇଥିଲେ କେନ୍ଦ୍ରମନ୍ତ୍ରୀ । ସମ୍ମିଳନୀରେ ଆର୍ଜେଂଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ ଏବଂ ୟୁରୋପୀୟ ୟୁନିୟନ ତଥା ବିଶ୍ୱ ତୈଳ ସଂଗଠନମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ