ଶରୀରର ଓଜନ କମ୍ କରିବାର ଅଭିନବ ପ୍ରୟାସ

ଶରୀରର ଓଜନ କମ୍ କରିବାକୁ କିଏ କେତେ ପ୍ରକାରର ଉପାୟ ଆପଣାଇ ଥାଆନ୍ତି । ହେଲେ ଲଣ୍ଡନରେ ରହୁଥିବା ଏଲେକ୍ସ ବାଗାତିରିୱ ନିଜ ଶରୀରର ଓଜନ କମ୍ କରିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରନ୍ତି ତାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । କାରଣ ଏଲେକ୍ସ କେତେଗୁଡିଏ ଜୋକକୁ ନିଜ ଦେହରେ ଲଗାଇ ରକ୍ତ ଟାଣିଥାଆନ୍ତି । ଯେଉଁଠି ସାଧାରଣ ଭାବେ ଜୋକ ଲାଗିଲେ ଶରୀରରୁ ରକ୍ତ ଟାଣି ନେଉଥିବାରୁ ଲୋକେ ଦୁର୍ବଳ ହୋଇଯାଆନ୍ତି ସେଠାରେ ଏଲେକ୍ସ ଏହାକୁ ଓଜନ କମ୍ କରିବାରେ ବ୍ୟବହାର କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ଦିନ ତମାମ ସେ କେତୋଟି ଜୋକକୁ ନିଜ ଦେହରେ ଲଗାଇଦିଅନ୍ତି । ଆଉ ଜୋକଗୁଡିକ ରକ୍ତ ଟାଣିସାରିବା ପରେ ଆପେ ଆପେ ଛାଡ଼ିଯାଆନ୍ତି । ଏମିତି କରି ଏଲେକ୍ସ ନିଜ ଶରୀରର ୫୭ କିଲୋ ଓଜନ କମ୍ କରିଥିବା ଦାବି କରନ୍ତି । କିନ୍ତୁ ଏହା ଏକ ସାଧାରଣ ପ୍ରକ୍ରିୟା ହୋଇ ନ ଥିବାରୁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଏପରି କରିବା ପ୍ରାଣଘାତୀ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ