୧୬ନଂ.ଜୋନ୍ରେ ସଚେତନତା ସହ ମାକ୍ସ ବଣ୍ଟନ କଲା କଂଗ୍ରେସ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାମାରୀ ସଂକ୍ରମଣକୁ ରୋକିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହିତ ଲୋକ ମାନଙ୍କୁ ସଚେତନତା କରାଉଛନ୍ତି । ଏପରିପେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଦଳ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମଙ୍ଗଳବାର ବନ୍ତ ବ୍ଲକ ୧୬ନଂ.ଜୋନ୍ ଅଧିନ ୮ଟି ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ପିସିସି ସଭ୍ୟ ସୁବ୍ରତ ଦାସ, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ରାଜ କିଶୋର ପଣ୍ଡା, ପ୍ରମୁଖ ଉପରୋକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ଲୋକ ମାନଙ୍କୁ କରୋନା ସଂପର୍କରେ ସଚେତନ କରିବା ସହିତ ମାକ୍ସ ଓ ସାବୁନ୍ ବଣ୍ଟନ କରିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସର୍ବଦା ଲୋକ ମାନଙ୍କ ପାଖରେ ରହି ସୁଖଦୁଃଖରେ ଭାଗୀଦାର ହେବା ପାଇଁ ପ୍ରତିଶୃତିବଦ୍ଧ ବୋଲି ନେତୃତ୍ୱ ମାନେ କହିଥିଲେ । ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତୃତ୍ୱ ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


