ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଧାମନଗର (ଓ୍ବାଇଏନଏସ): ଭାରତ ବର୍ଷର ରାଜସ୍ଥାନ ସ୍ଥିତ ପ୍ରସିଦ୍ଧ ପୀଠ ଅଜମେର ସରିଫ୍ ପୀରବାବ ହଜରତ ଖୁଓ୍ବାଜା ଗରିବ ନଓ୍ୱାଜ ଚିସ୍ତୀଙ୍କ ୮୧୫ତମ ବାର୍ଷିକ ଉର୍ଷ ଉତ୍ସବ ଆସନ୍ତା ଡିସେମ୍ବର ୧୬ରେ ମହା ଆଡମ୍ବରରେ ପାଳନ ହେବାକୁ ଯାଉଛି। ଏହି ଅବସରରେ ଧାମନଗର ଏନ ଏ ସି ଅନ୍ତର୍ଗତ କୋରେସିମହଲ୍ଲା ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଉର୍ଷ ଉତ୍ସବ ଏବଂ ବିରାଟ କବାଲି ପ୍ରୋଗ୍ରାମ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶନିବାର ସନ୍ଧ୍ୟାରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ ଅଧୀନ କୋରେମହଲ୍ଲାର (କେ.ଜି.ଏନ) କ୍ଲବ ପରିସରରେରେ କମିଟିର ସଭାପତି ସେକ ଅନ୍ ଅହେମ୍ମଦ ଚିସ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଏକବାଲ ଅହେମ୍ମଦ ଚିସ୍ତି,ଉପଦେଷ୍ଟା ସେକ ଅବଦୁଲ ହାକିମ,ସେକ ଜାଫର ଅଲ୍ଲୀ,ଗୋଲାମ ଜିଲାନି ହବିବି,ସହମ୍ପାଦକ ସେକ ଅଫସର ମଷ୍ଟର,ସଦସ୍ୟ ସେକ ଜାହାଙ୍ଗିର,ସେକ ବାବୁ,ସେକ ସଲିମୁଦ୍ଦିନ,ସେକ ଆସକାରି,ପରଭେଜ ଅହେମ୍ମଦ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆସନ୍ତା ଡିସେମ୍ବର ୧୬ତାରିଖରେ ହେବାକୁ ଥିବା ବାର୍ଷିକ ଉତ୍ସବ ଓ କବାଲି ପ୍ରୋଗ୍ରାମ ଏବଂ ଚାଦର ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମ କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ ହେବ ସେନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ଉକ୍ତ କବାଲି ପ୍ରୋଗ୍ରାମରେ ଅନ୍ୟ ରାଜ୍ୟରୁ ଦୁଇଟି କବାଲି ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଶେଷରେ ଉପଦେଷ୍ଟା ଏମଡି ତାଜୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ।


