ଲୋକଙ୍କୁ ଜଗୁଛି ଭୂତ !
ଜାକର୍ତ୍ତା: କରୋନା ସଂକ୍ରମଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଇଣ୍ଡୋନେସିଆର ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଦେଶବାସୀଙ୍କୁ ଘର ଭିତରେ ରଖିବା ପାଇଁ ପୁଲିସ କର୍ମଚାରୀ ଭୂତ ବା ପୋକଙ୍ଗ ବେଶରେ ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖାଯାଉଛି । ଜାଭା ଦ୍ୱୀପରେ ଅଧିକ ସଂଖ୍ୟାରେ ପୋକଙ୍ଗ ବୁଲୁଛନ୍ତି । ବାହାରେ ବୁଲୁଥିବା ଲୋକଙ୍କୁ ସେମାନେ ଭୟଭୀତ କରୁଛନ୍ତି । ଏମାନଙ୍କ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ରାଷ୍ଟ୍ରପତି ଜୋକୋ ୱିଡୋଡୋ ଦେଶରେ ତାଲାବନ୍ଦ ଘୋଷଣା କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪୧ ଛୁଇଁଛି ଓ ୩୭୩ ଜଣଙ୍କ ମୃତ୍ୟୁ ଘଟିଛି ।


