ସେନ୍ସେକ୍ସ ୮୯ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରରୁ ମିଳିଥିବା ମିଶ୍ରିତ ସ୍ଥିତି ମଧ୍ୟରେ ଭାରତୀୟ ଶେୟାର ବଜାର କାରବାର ବୃଦ୍ଧିରେ ବନ୍ଦ ହୋଇଛି । ଫଳରେ ଗୁରୁବାର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୮୯.୩୨ ପଏଣ୍ଟ ତଥା ୦.୨୪% ବୃଦ୍ଧିରେ ୩୬,୭୨୫.୪୨ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ ଏନ୍ଏସ୍ଇର ୫୦ ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୫.୨୦ ପଏଣ୍ଟ ତଥା ୦.୦୫% ବୃଦ୍ଧିରେ ୧୧,୦୫୮.୨୦ପଏଣ୍ଟରେ ବନ୍ଦ ହୋଇଛି । ବଜାରରେ ଲଗାତାର ଚତୁର୍ଥ ଦିନରେ କାରବାର ବୃଦ୍ଧିରେ ବନ୍ଦ ହୋଇଥିଲା । ବ୍ୟାଙ୍କ୍ ନିଫ୍ଟିରେ ମଧ୍ୟ ପୁରା ଦିନ କାରବାରର ସ୍ଥିତି ରହିଥିଲା । ଏହା ୫% ବୃଦ୍ଧିରେ ବନ୍ଦ ହେବାରେ ସଫଳ ହୋଇଥିଲା । ତେବେ ମିଡ଼୍କ୍ୟାପ୍ ଓ ସ୍ମଲକ୍ୟାପ୍ ଇଣ୍ଡେକ୍ସ କାରବାର ଚାପରେ ବନ୍ଦ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ