୩୬ଠ ଟଙ୍କା କମିଲା ସୁନା
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ହ୍ରାସ୍ ଯୋଗୁଁ ଏହାର ଦାମରେ ନିମ୍ନମୁଖି ହୋଇଛି । ଯଦ୍ୱାରା ଗୁରୁବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୩୬୦ଟଙ୍କା ହ୍ରାସ୍ରେ ପାଖାପାଖି ଦୁଇ ମାସର ନିମ୍ନ ତମ ସ୍ତରକୁ ଯାଇ ୩୩,୦୭୦ ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା କମିବା ଯୋଗୁଁ ରୁପା କିଲୋପ୍ରତି ୫୨୦ଟଙ୍କା ହ୍ରାସରେ ୩୯,୯୮୦ ଟଙ୍କାରେ ବିକ୍ରି ହୋଇଛି । ଡଲାର ବୃଦ୍ଧିରେ ଚାପ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ହ୍ରାସ୍ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୦.୮୦ ଡଲାର ହ୍ରାସ୍ରେ ୧,୨୮୬.୦୦ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ଆଉନ୍ସ ପ୍ରତି ୧.୬୦ ଡଲାର ହ୍ରାସ୍ରେ ୧,୨୮୬.୦୦ ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୦୨% ଡଲାର ବୃଦ୍ଧିରେ ୧୫.୦୮ଡଲାରରେ ପହଞ୍ଚିଛି ।


