ଏଏନ- ୩୨ ବିମାନ ଦୁର୍ଘଟଣା ରେ ୧୩ ଯବାନଙ୍କ ମୃତଦେହ ଉଦ୍ଧାର

ବାୟୁସେନାର ମାଲବାହାକ ବିମାନ ଏଏନ୍- ୩୨ ଅରୁଣାଚଳର ସିଆଲଜିଲ୍ଳାରେ ଦୁର୍ଘଟଣା ହୋଇଥିଲା । ଗୁରୁବାର ସକାଳେ ୧୫ ଜଣିଆ ଉଦ୍ଧାର କାରୀ ଦଳ ହେଲିକେଫ୍ଟର ଯୋଗେ ଆକାଶ ମାର୍ଗରୁ ଭଗ୍ନାବଶେଷ ସ୍ଥଳରେ ପହଞ୍ଚି ୧୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗୁରୁବାର ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ସୁନିତ ମହାନ୍ତି ମଧ୍ୟ ଅଛନ୍ତି । ଫ୍ଲାଇଟ୍ ଲେଫ୍ଟନାଂଟ୍ ସୁନିତ ମହାନ୍ତିଙ୍କ ସହ ବିମାନରେ ଥିଲେ, ୱିଙ୍ଗ କମାଣ୍ଡର- ଜିଏମ୍ ଚାର୍ଲ୍ସ, ସ୍କ୍ୱାଡେନ୍ ଲିଡର- ଏଚ୍. ବିନୋଦ, ଫ୍ଲାଇଟ୍ ଲେଫ୍ଟନାଂଟ୍- ମୋହିତ ଗର୍ଗ, ଆଶିଷ ତନୱାର, ରାଜେଶ ଥାପା, ଅନୁପ କୁମାର, ସେରିନ, ଏସ୍ କେ ସିଂହ, ପଙ୍କଜ, ପୁତାଲୀ, କେକେ ମିଶ୍ର ଓ ରାଜେଶ କୁମାର । ଉଦ୍ଧାରକାରୀ ଦଳ ସେଠାରେ ପହଁଚି ଏହି ଖବର ଭାରତୀୟ ବାୟୁସେନାକୁ ଦେଇଛନ୍ତି । ମୃତକ ସମସ୍ତ ପରିବାରଙ୍କୁ ଜଣାଇଦିଆଯାଇଛି । ମୃତକ ମାନଙ୍କୁ ହେଲିକେଫ୍ଟର ଯୋଗେ ଅଣାଯିବ । ଏଏନ ୩୨ ଜୁନ୍ ୩ ତାରିଖରେ ଆସାମର ଜୋରହାଟରୁ ଉଡାଣ ଆରମ୍ଭ କରିଥିବା ବେଳେ ଦିନ ୧ ପରେ ଉଡାଣ ବିମାନର ଅନୁସଂନ୍ଧାନ ମିଳିପାରିନଥିଲା । ବହୁ ଖୋଳାଖୋଜି ପରେ ଜୁନ ୧୧ ତାରିଖରେ ବିମାନ ବନ୍ଦରର ଏମଆଇ ୧୭ ବିମାନ ଠାବ କରିଥିଲା । ଖରାପ ପାଗ ଯୋଗୁଁ ଉଦ୍ଧାରକାରୀ ଦଳ ପହଞ୍ଚି ପାରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ