କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ସେବାରେ ଭିଏଚ୍ ପି

ଭୁବନେଶ୍ୱର (ଓ୍ବାଇଏନ୍ଏସ୍) : ଭୟଙ୍କର କରୋନା ଭାଇରସ ଆତଙ୍କରେ ସାଧାରଣ ଜନତା ଯେତେବେଳେ ଭୟଭିତ ସେହି ସମୟରେ ସାଧାରଣ ଜନତାଙ୍କ ସେବାରେ ନିଜ ନିଜର ଜୀବନକୁ ପାଣି ଛଡାଇ କର୍ତବ୍ୟ କରୁଥିବା ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନଙ୍କ ସେବାରେ ବିଶ୍ୱହିନ୍ଦୁ ପରିଷଦ । କରୋନା ପାଇଁ ଲକ୍ ଡାଉନ ଥିବାରୁ ସମସ୍ତ ଦୋକାନ ବଜାର ବନ୍ଦ । କିନ୍ତୁ ଏହି ସମୟରେ ବନ୍ଦ ହୋଇ ନାହିଁ ଭୁବନେଶ୍ୱର ମହାନଗରର ସ୍ୱଚ୍ଛତା କାର୍ଯ୍ୟକ୍ରମ । ଭୁବନେଶ୍ୱର ମହାନଗରର କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଭାଇ ଓ ଭଉଣୀମାନେ ସକାଳୁ ସକାଳୁ କରୋନାକୁ ନଡରି ନିଜ ନିଜ କାମରେ ଲାଗି ଯାଉଛନ୍ତି । ଏହି ସମୟରେ କିଛି ଭାଇ ଭଉଣୀମାନେ ଚାହା ଟିକେ ପିଇ ଥାନ୍ତି କିନ୍ତୁ ଦୋକାନ ବଜାର ବନ୍ଦ ଥିବାରୁ ସେମାନେ ଏଥିରୁ ବଂଚିତ ହେଉଥିଲେ । ଏହାକୁ ଧ୍ୟାନରେ ରଖି ସାବରକର ପ୍ରଭାତ ଶାଖା ଓ ବିଶ୍ୱ ହିନ୍ଦୁ ପରିଷଦର କିଛି କାର୍ଯ୍ୟକର୍ତା ଭୁବନେଶ୍ୱର ୟୁନିଟ-୮ ଅଂଚଳରେ ଥିବା ମହାନଗରର ଏହି କୋଭିଡ ଯୋଦ୍ଧାଙ୍କୁ ଚା’ ବିସ୍କୁଟ ବିତରଣ କରିଥିଲେ । ସ୍ଥାନୀୟ ଜୟଦେବ ପାଠାଗାରରେ ଚା’ ତିଆରି କରି ଗତ ଏପ୍ରିଲ ୧ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିତରଣ କରିଥିଲେ । ୟୁନିଟ-୮ର ଜଳେଶ୍ୱର ମନ୍ଦିର, କୃଷିିବିହାର ଜଗନ୍ନାଥ ମନ୍ଦିର, ଗୋପବନ୍ଧୁ ପାଠାଗାର ସମ୍ମୁଖ, ମାଉସି ମା ମନ୍ଦିର ଓ ଶତାବ୍ଦୀ ନଗର ଅଂଚଳରେ ପ୍ରତ୍ୟେକ ଦିନ ୯୦ ଲୋକଙ୍କୁ ଚା’ ଓ ଗୋଟିଏ ଲେଖାଏଁ ବିସ୍କୁଟ ପ୍ୟାକେଟ ପ୍ରଦାନ କରୁଥିଲେ । ପ୍ରତାପ ଷଡଙ୍ଗୀ, ପ୍ରଦୀପ୍ତ ପଣ୍ଡା, ଶରତ କୁମାର ସାହୁ, ଜଗଦୀଶ ବାରିକ, ଆନନ୍ଦ ଜୀ, କୁମୁଦ ପଟ୍ଟନାୟକ, ମୁଥନ ଓ ଶୁସାନ୍ତ ରାଉତ ପ୍ରମୁଖ କାର୍ଯ୍ୟକର୍ତାମାନେ ଏହି ସେବା କାମରେ ଲାଗିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ