କରୋନାରୁ ମୁକ୍ତ ହେଲା ଗୋଆ

ଗୋଆ : ପ୍ରଥମ ରାଜ୍ୟ ଭାବେ କରୋନାରୁ ମୁକ୍ତ ହେଲା ଗୋଆ । ରାଜ୍ୟରେ ଏବେ କରୋନାର ଜଣେ ବି ପଜିଟିଭ୍‌ ନାହିଁ। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍‌ ରାଣେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ, ଏବେ ଶୂନ୍ୟ ବାସ୍ତବରେ ବହୁତ ମୂଲ୍ୟବାନ । ଗୋଆରେ ରହିଥିବା ସମସ୍ତ କୋଭିଡ୍‌ ପଜିଟିଭ୍‌ ମାମଲା ଏବେ ନେଗେଟିଭ୍‌ ରହିଛି । ଗୋଆରେ ମାତ୍ର ୭ଟି କେସ୍‌ ରହିଥିଲା । ସେହିପରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏଥିପାଇଁ ଖୁସି ବ୍ୟକ୍ତ କରିବା ସହିତ କହିଛନ୍ତି ଯେ, ତିନି ମେ’ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିବ । କେନ୍ଦ୍ର ଗାଇଡ୍‌ ଲାଇନ୍‌ ଅନୁସାରେ କିଛି କ୍ଷେତ୍ର ପାଇଁ ରିହାତି ଦିଆଯିବ । ଗୋଆରେ ଏପ୍ରିଲ୍‌ ୩ ତାରିଖ ପରଠାରୁ ଗୋଆରେ କରୋନା ଜନିତ କୌଣସି ନୂତନ ମାମଲା ଆସିନାହିଁ । ମାର୍ଚ୍ଚ ୧୮ ତାରିଖରେ ଗୋଆରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜଣାପଡିଥିଲା । ଆକ୍ରାନ୍ତ ଜଣକ ଦୁବାଇର ଫେରିଥିଲେ । ସେହିପରି ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଗୋଆରେ ମାତ୍ର ସାତ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏପ୍ରିଲ୍‌ ୧୫ରେ ରାଜ୍ୟରେ ଛଅ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଆଉ ଜଣେ ଆକ୍ରାନ୍ତଙ୍କ ରିପୋର୍ଟ ଆଜି ନେଗେଟଭ୍‌ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ