ଋାସନକାର୍ଡ ନ ଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ରାସନ୍ ଦେବାକୁ ଦାବି
ଛତ୍ରପୁର (ଓ୍ବାଇଏନ୍ଏସ୍) : ରାସନ୍କାର୍ଡ ନଥିବାରୁ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଂଚାୟତ ନୋଳିଆନୂଆଗାଁର ବହୁ ମତ୍ସ୍ଜୀବୀ ପରିବାର ରାସନ୍ ପାଇବାରୁ ବଂଚିତ ଅଛନ୍ତି । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାସନକାର୍ଡ ନ ଥିବା ନିହାତି ଗରିବ ମତ୍ସ୍ୟଜୀବୀ ପରିବାରଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ଉଦ୍ଦେଶ୍ୟରେ ଗ୍ରାମର ଏ.ବାଲରାଜୁ, ଏମ୍.ମୁସଲେୟା, ଏ.ଏରେୟା, ଏ.ସନ୍ୟାସୀ, ଏ. କାଲେୟା, ଏ.କାମେସୁ, ଏ.ଗୁରେୟା, ଏ.ନାଣ୍ଡେସ୍ ପ୍ରମୁଖ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।