ଟେକ୍ନୋ କୋଭିଡ୍ସରେ ସରକାରଙ୍କୁ ସହାୟତା କରିବା ଲାଗି ଡିଜିଟାଲ ଡ୍ରାଇଭ୍ ଆରମ୍ଭ
ନୂଆଦିଲ୍ଲୀ : ସ୍ମାଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଦେଶରେ କୋଭିଡ୍ ଯୋଗୁ ଦେଖାଦେଇଥିବା ସଙ୍କଟରେ ସରକାରଙ୍କ ସହାୟତା ପାଇଁ ଡିଜିଟାଲ ଡ୍ରାଇଭ୍ ଅନ୍ତର୍ଗତ ଫାଇଣ୍ଡ୍ ଦି ନିୟୁ ୟୁ ପ୍ରତିଯୋଗୀତା ଏବଂ ‘ଟେକ୍ନୋ ରକ୍ଷକ’ ଗେମ୍ ଆରମ୍ଭ କରାଯାଇଛି । ଯେଉଁମାନେ ପିଏମ୍ କେୟାରର୍ସ ଫଣ୍ଡ୍ରେ ଅନୁଦାନ ଦେବାକୁ ଚାହୁଁଥିବେ ସେମାନଙ୍କ ଲାଗି ଏହା ବେଶ୍ ଉପଯୋଗୀ ହେବ । ଗ୍ରାହକମାନେ ଘରେ ରହି କାମ କରିବା ସହିତ କୋଭିଡ୍-୧୯ ମହାମାରୀରେ ଆବଶ୍ୟକ ସହାୟତା ମଧ୍ୟ ଯୋଗାଇ ପାରିବେ । ଏହା https://www.tecno-mobile.in/tecnorakshaks/ ରେ ଉପଲବ୍ଧ ହେବ । ଏହି ଅବସରରେ ଟ୍ରାନ୍ସସିଅନ୍୍ ଇଣ୍ଡିଆର ସିଇଓ ଅରଜିତ୍ ତାଲାପାତ୍ର କହିଲେ, ଦେଶରେ ଦେଢଖାଦେଇଥିବା ମହାମାରୀ ଆମ ସମସ୍ତଙ୍କ ଜୀବନ ଶୈଳୀକୁ ବଦଳାଇ ଦେଇଛି । ଏପରିସ୍ଥଳେ ଆମକୁ ସରକାରଙ୍କ ନିୟମକୁ ମାନିବାକୁ ପଡ଼ିବ ଏବଂ ଘରେ ରହି ନିଜକୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରିବାକୁ ପଡ଼ିବ । ଫାଇଣ୍ଡ୍ ଦି ନିୟୁ ୟୁ ଚ୍ୟାଲେଞ୍ଜ୍ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ସକ୍ଷମ ହେବ । ‘ଖେଲୋ ତୁମ୍, ଜିତେଗା ଇଣ୍ଡିଆ’ଟେକ୍ନୋ ରକ୍ଷମ ଗେମ୍ର ଥିମ ରହିଛି । ଘରେ ରହି ଲୋକେ ଏହାଦ୍ୱାରା ଆନନ୍ଦିତ ହେବା ସହିତ ପିଏମ୍ କେୟାରସ ଫଣ୍ଡ୍କୁ କୋଭିଡ୍-୧୯ ବିରୋଧରେ ଲଢ଼େଇ ପାଇଁ ଦାନ ମଧ୍ୟ କରିପାରିବେ । ହ୍ୟାକ୍-ସ୍ପେ୍ଲାରିଂ ଦ୍ୱାରା ଟେକ୍ନୋ ଏହାର ଅଂଶୀଦାରଙ୍କ ଠାରୁ ସୃଜନଶୀଳ ଫଟୋଗ୍ରାଫି ମଧ୍ୟ ସଂଗ୍ରହ କରିପାରିବ । ଏହାର ଏଜୁକେଶନାଲ ଭିଡ଼ିଓ କ୍ୟାମ୍ପେନ୍ ୧୦୮ ନିୟୁତରୁ ଅଧିକ ୟୁଜରଙ୍କ ପାଖରେ ପହଂଚିସାରିଛି । ଏହାର ଭିୟୁ ସଂଖ୍ୟା ୫୦ ନିୟୁତରୁ ଅଧିକ ରହିଛି । ଏହାର ୩ ସପ୍ତାହ ଧରି ହୋଇଥିବା ଅଭିଯାନରେ ୬୫୦ ପ୍ରତିଯୋଗୀ ଥିଲେ । ଟେକ୍ନୋ ରକ୍ଷକ ଏକ ୱାପ୍ ବେସଡ୍ ଗେମ୍ । ଏଥିରେ ଲୋକମାନେ ଖେଳିବା ସହିତ ପିଏମ୍ କେୟାରସ କୋଭିଡ୍-୧୯ ଫଣ୍ଡକୁ ମଧ୍ୟ ସହାୟତା ଯୋଗାଇ ପାରିବେ । ଟେକ୍ନୋ ସେମାନଙ୍କ ପକ୍ଷରୁ ଏକ ଟଙ୍କା ପିଏମ୍ କେୟାରସ ଫଣ୍ଡ୍କୁ ଦାନ କରିବ । ଏହା ଯେକୌଣସି ବ୍ରାଉଜରରେ ଖେଳି ହେବ । ଏଥି ପାଇଁ ଥାର୍ଡପାର୍ଟି ଆପ୍ଲିକେଶନ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ । ପ୍ରତିଯୋଗୀ ନି ଫେସବୁକ୍ ପ୍ରୋଫାଇଲ୍ ବ୍ୟବହାର କରି ଲଗ୍ ଇନ୍ କରିପାରିବେ । କରୋନା ଭାଇରସ୍କୁ ସ୍ୱିପ୍ ଏବଂ କିଲ୍ କରିବା ଏହାର ଅନ୍ତର୍ଭୁକ୍ତ । ଏହି ଖେଳ ଖେଳିବାର କୌଣସି ସୀମା ନାହିଁ । ଏହାକୁ ଯେତେଥର ମଧ୍ୟ ଖେଳାଯାଇପାରିବ । ଏହା ପୂର୍ବରୁ ଟୋକ୍ନୋ ଜୋମାଟୋ ଏବଂ ୧୦୦ରୁ ଅଧିକ ଅଂଶୀଦାରଙ୍କ ସହାୟତାରେ ଭାରତ ବ୍ୟାପୀ ୬୦,୦୦୦ରୁ ଅଧିକ ଲୋକଙ୍କୁ ରାଶନ କିଟ୍ ବିତରଣ କରି ସାରିଛି ।
ଟେକ୍ନୋ ମୋବାଇଲ୍ ଟ୍ରାନ୍ସସିଅନ୍ ହୋଲଡିଂର ଅଂଶବିଶେଷ । ଏହା ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ କାରବାର ଜାରି ରଖିଛି । ଏହା ବିଶ୍ୱର ୬୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି ।