ମାଲବାହୀ ଟ୍ରକ ଯୋଗେ ଓଡ଼ିଆ ଶ୍ରମିକ ମୁମ୍ବାଇରୁ ଆସି କ୍ୱାରାନଟାଇନରେ ଭର୍ତ୍ତି

କୋଦଳା,(ଗୁଲସନ୍ କୁମାର କର):କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ କରାଯାଇଛି ଏବଂ ପ୍ରତି ରାଜ୍ୟ ତଥା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। ପୋଲିସ୍ ମୁତୟନ ରହି ପଇଁତରା ମାରୁଛି। ରାଜ୍ୟ ବାହାରୁ ଆସୁଥିବା ସମସ୍ତ ପରିବହନ ଗାଡି ଗୁଡିକ ମଧ୍ୟ ଚେକିଂ କରାଯାଉଛି। ତେବେ ଏହିଭଳି ପରିସ୍ଥିତିରେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନେ ଯେନତେନ ଉପାୟରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ଯାନବାହାନ ଚଳାଚଳରେ କଟକଣା ଥିବା ଏବଂ ଲକ୍ ଡାଉନ୍ କଟକଣା ଥିବା ବେଳେ ମୁମ୍ବାଇରୁ ବିଭିନ୍ନ ଟ୍ରକ ଯୋଗେ ଲିଫ୍ଟ ରେ ଚାଲି ଆସିଲେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ର ଜଣେ ଯୁବକ। ଯୁବକ ଜଣକ ବାପୁଜୀ ନଗର ସାହିର କାହ୍ନୁ ଚରଣ ସାହୁ ଏବଂ ତାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡିଛି। ସାହି ବାସିନ୍ଦାଙ୍କ କହିବା ଅନୁଯାୟୀ ଗତ ସୋମବାର ରାତିରେ କାହ୍ନୁ ଘରକୁ ଚାଲି ଆସିଥିବା ବେଳେ ସାହି ଲୋକେ ସରପଞ୍ଚଙ୍କୁ ଖବର ଦେଇଥିଲେ। ଏହାପର ଦିନ ଅର୍ଥାତ୍ ମଂଗଳବାର ତାଙ୍କୁ ବେଗୁନିଆପଡ଼ା ମେଡିକାଲ୍ ପଛପଟେ ଥିବା ଅସ୍ଥାୟୀ କ୍ୱାରାନଟାଇନରେ ରଖାଯାଇଥିଲା। ସମିତି ସଭ୍ୟ ନାରାୟଣ ବେହେରା ଗଂଜାମ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ବୁଧବାର ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୋଭିଡ୍ ୧୯ ୱାର୍ଡ କୁ ପରୀକ୍ଷା ନିମନ୍ତେ ନିଆଯାଇଛି। ତେବେ ସାହି ବାସିନ୍ଦାଙ୍କ କହିବା ଅନୁସାରେ କାହ୍ନୁ ପରିବାର ଲୋକଙ୍କ ସହ ରାତିରେ ରହିଥିଲେ ଏଣୁ ଉକ୍ତ ପରିବାରର ସମସ୍ତ ସଦସ୍ୟ ଙ୍କୁ କ୍ୱାରାନଟାଇନରେ ରଖାଯାଉ। ଅପରପକ୍ଷେ ଏନେଇ କାହ୍ନୁକଂ ସହ ଯୋଗାଯୋଗ କରାଯିବାରୁ ସେ ଲିଫ୍ଟ ଯୋଗେ ମୁମ୍ବାଇରୁ ବ୍ରହ୍ମପୁର ଚାଲି ଆସିଥିଲେ ଏବଂ ତାଙ୍କୁ ବ୍ରହ୍ମପୁର ପୋଲିସ ଅଟକାଇଥିଲା ଏବଂ ପରେ ଛାଡି ଦେବା ପରେ ଗାଁ କୁ ଆସିଲି ବୋଲି କହିଛନ୍ତି। ରାତିରେ ସେ ଘରେ ରହି ନଥିବା ଏବଂ ବାହାରେ ଥାଇ କିଛି ଲୁଗାପଟା ମାଗିଲି ବୋଲି କହିଛନ୍ତି। ତେବେ ଲକ୍ ଡାଉନ୍ କଟକଣା କଡାକଡି ସତ୍ୱେ ମୁମ୍ବାଇରୁ ବିଭିନ୍ନ ଚେକ୍ ଗେଟ୍ ଦେଇ କିଭଳି ଚାଲିଆସିଲେ ବୋଲି ପ୍ରଶ୍ନ ଉଠିଛି। ଯଦିଓ ବାହାରୁ କୌଣସି ବ୍ୟକ୍ତି ଆସୁଛନ୍ତି ସେମାନଙ୍କ ଗସ୍ତ ବିବରଣୀ ସହ ତୁରନ୍ତ କ୍ୱାରାନଟାଇନରେ ଭର୍ତ୍ତି କରା ନଗଲେ ସମସ୍ୟା ଉପୁଜିବା ସ୍ବାଭାବିକ। ସ୍ଥାନୀୟ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନା ଅଧିକାରୀ ଏଦିଗରେ କଡାକଡି ଧ୍ୟାନ ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ