ପଶ୍ଚିମବଙ୍ଗ ସୀମା ସିଲ ପାଇଁ ବୈଜୟନ୍ତଙ୍କ ପରାମର୍ଶ

ଭୁବନେଶ୍ୱର : ସମ୍ପ୍ରତି ପଶ୍ଚିମବଙ୍ଗରୁ ଆସିଥିବା କେତେକ ଶ୍ରମିକମାନଙ୍କ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖିଆଗରେ ରଖି ପଶ୍ଚିମବଙ୍ଗ ସୀମା ସିଲ ପାଇଁ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଟ୍ୱିଟଯୋଗେ ସେ ଏହି ପରାମର୍ଶ ପ୍ରଦାନ କରିଛନ୍ତି । ଅତିକମରେ ଦୁଇ ସପ୍ତାହ ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସିଲ କରିବାର ଆବଶ୍ୟକତା ରହିଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ଗ୍ରହଣ କରିବା ଦରକାର । ଯୋଗୀ ଆଦିତ୍ୟନାଥ ଗାଜିଆବାଦ ଓ ନୋଇଡ଼ା ଠାରେ ଦିଲ୍ଲୀ ସୀମା ସିଲ ଭଳି ପଦକ୍ଷେପ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ କେତେକ ଶ୍ରମିକ ଲୁଚାଛପାରେ ଓଡ଼ିଶା ଚାଲି ଆସିଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଦ୍ୱାରା କରୋନା ସଂକ୍ରମଣ ବ୍ୟାପୁଥିବାର ନଜିର ରହିଛି । ଏଥିପାଇଁ ଏବେ ଭଦ୍ରକ ନୂଆ ହଟସ୍ପଟରେ ପରିଣତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ