୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୭୮ଟି ଜିଲ୍ଲାରେ ଗତ ୧୪ଦିନରେ କୌଣସି ନୂଆ ସଂକ୍ରମଣ ନାହିଁ
ନୂଆଦିଲ୍ଲୀ : କୋଭିଡର ମୁକାବିଲା, ନିରାକରଣ ଓ ପ୍ରତିରୋଧ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ସହିତ ମିଶି ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଏବଂ ଅନୁଧ୍ୟାନ କରାଯାଉଛି । କୋଭିଡ ମହାମାରୀ ସଂକ୍ରମଣ ପରିସ୍ଥିତିକୁ ଆଖି ଆଗରେ ରଖି ମହାମାରୀ ରୋଗ ଆଇନ, ୧୮୯୭ରେ ସଂଶୋଧନ ଆଣିବା ଲାଗି ଅଧ୍ୟାଦେଶ ଜାରି କରାଯାଇଛି। ଏହି ଅଧ୍ୟାଦେଶର ନାମ ରଖାଯାଇଛି ମହାମାରୀ ରୋଗ (ଆଇନ) ଅଧ୍ୟାଦେଶ ୨୦୨୦, ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ, “ମହାମାରୀ ସମୟରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ବିରୋଧରେ କୌଣସି ପ୍ରକାରର ହିଂସାତ୍ମକ କାର୍ଯ୍ୟକଳାପ ଏବଂ କୌଣସି ସମ୍ପତ୍ତିର କ୍ଷତି କିମ୍ବା ନଷ୍ଟ କରିବାକୁ ନିଷିଦ୍ଧ କରାଯାଇଛି”। ଏହି ଅଧ୍ୟାଦେଶରେ କୌଣସି ପ୍ରକାର ହିଂସାକୁ ଦଣ୍ଡନୀୟ ଏବଂ ଜାମିନବିହିନ ଅପରାଧ ଭାବେ ଅଭିହିତ କରାଯାଇଛି । ଏପରି ହିଂସାରେ ଲିପ୍ତ ରହିବା କିମ୍ବା ଷଡ଼ଯନ୍ତ୍ର କରିବାକୁ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ତିନି ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୫୦,୦୦୦ ଟଙ୍କାରୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗୁ ହେବ । ଗୁରୁତର କ୍ଷତି ଘଟାଇଥିଲେ ୬ ମାସରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧ଲକ୍ଷରୁ ୫ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡବିଧାନ କରାଯିବ। ଏହା ବ୍ୟତୀତ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ସହିତ ନଷ୍ଟ ହୋଇଥିବା ସମ୍ପତ୍ତିର ବଜାର ଦର ଠାରୁ ଦୁଇ ଗୁଣ ହାରରେ ଜୋରିମାନା ଆଦାୟ କରାଯିବ (ଏହାକୁ ଅଦାଲତ ନିର୍ଦ୍ଧାରଣ କରିବେ) । ଆଜି ସୁଦ୍ଧା ୧୨ରୁ ଊର୍ଦ୍ଧ୍ବ ଜିଲ୍ଲାରେ ୨୮ଦିନରୁ ଅଧିକ ସମୟ ହେବ ଗୋଟିଏ ହେଲେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ । ୨୧ ଏପ୍ରିଲ, ୨୦୨୦ ପରେ ଏହି ତାଲିକାରେ ୮ଟି ନୂଆ ଜିଲ୍ଲା ଯୋଡ଼ି ହୋଇଛି। ଏଗୁଡ଼ିକ ହେଲା : କର୍ଣ୍ଣାଟକର ଚିତ୍ରଦୁର୍ଗ, ଛତିଶଗଡ଼ର ବିଳାସପୁର, ମଣିପୁରର ପଶ୍ଚିମ ଇମ୍ଫାଲ, ମିଜୋରାମର ପଶ୍ଚିମ ଆଇଜଲ, ତେଲଙ୍ଗାନାର ଭଦ୍ରଦାରୀ କୋଠାଗୁଡ଼େମ, ଉତ୍ତର ପ୍ରଦେଶର ପିଲିଭିତ, ପଞ୍ଜାବର ଏସବିଏସ ନଗର ଏବଂ ଗୋଆର ଦକ୍ଷିଣ ଗୋଆ । ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୭୮ଟି ଜିଲ୍ଲାରେ ବିଗତ ୧୪ ଦିନ ମଧ୍ୟରେ ଗୋଟିଏ ହେଲେ ନୂଆ ସଂକ୍ରମଣ ମାମଲା ଚିହ୍ନଟ କରାଯାଇନାହିଁ। ଏବେ ସୁଦ୍ଧା ୪୩୨୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ଘଣ୍ଟା ମଧ୍ୟରେ ୧୪୦୯ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନସୁଦ୍ଧା ଦେଶରେ ମୋଟ ୨୧,୭୦୦ ଜଣ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାଙ୍କ ମଧ୍ୟରୁ ୪୩୨୪ ଜଣ ସୁସ୍ତ ହୋଇଛନ୍ତି, ୬୮୬ ଜଣ ମୃତୁ ବାରଣ କରିଥିବା ଜଣ ପଡିଛି, ଦେଶରେ କୋବିଦ ସଂକ୍ରାମିତରେ ମହାରାଷ୍ଟ୍ର ପ୍ରଥମ ରାଜ୍ୟ ଥିବା ବେଳେ ଦେଲ୍ହୀ ଦୁତୀୟା ସ୍ଥାନରେ ରହିଛି,