ଭାଗବତପୁର ପଂଚାୟତରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଦାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବରିଷ୍ଠ ନାଗରିକ ମଂଚ ଓ ବାଲିଆ ମଧୁସାଗର ମହୋତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଆଜି ଭାଗବତପୁର ପଂଚାୟତର ପ୍ରାୟ ୩ଶହ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ କରାଯାଇଛି । ସଦର ଥାନା ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଏଥିରେ ଯୋଗଦେଇ ପଂଚାୟତ ପରିସରରେ କେତେକ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ଓ ମାସ୍କ ବଂଟନର ଶୁଭାରମ୍ଭ କରିଥିଲେ । ଏହାପରେ ସରପଂଚ ଧରଣୀଧର ଦାସ, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ବାନାମ୍ବର ସାହୁ, ଦେବକୀନନ୍ଦନ ମିଶ୍ର, ରାଜକିଶୋର ଜେନା, ନାରାୟଣ ଚନ୍ଦ୍ର ପତି, ସୁବାଷ ଚନ୍ଦ୍ର ବରାଳ, ଖଗେଶ୍ୱର ସ୍ୱାଇଁ, ମଦନମୋହନ ବେହେରା ପ୍ରମୁଖ ଘରକୁ ଘର ବୁଲି ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଂଟନ କରିଥିଲେ । ପରବର୍ତ୍ତୀ ସମୟରେ ଲକଡାଉନ ଥିବା ପର୍ଯ୍ୟନ୍ତ ଅନ୍ୟ ପଂଚାୟତର ଗରୀବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ବାଲିଆ ବଜାର କମିଟି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ