କପାଳେଶ୍ୱର ପଂଚାୟତ ପକ୍ଷରୁ ମାସ୍କ ବଂଟନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କପାଳେଶ୍ୱର ଗ୍ରାମପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତିଙ୍କ ପକ୍ଷରୁ ଆଜି ପଂଚାୟତର ବିଭିନ୍ନ ଗ୍ରାମ ଏବଂ ୱାର୍ଡ ଗୁଡିକରେ ମାସ୍କ ବଂଟନ କରାଯିବା ସହ ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଆବଶ୍ୟକ ସଚେତନତା କରାଯାଇଛି । ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଭାପତି, ସମ୍ପାଦିକା ଓ ସଦସ୍ୟାମାନଙ୍କୁ ମାସ୍କ ବୀତରଣ କରି ସେହିସବୁ ମାସ୍କ ଗୁଡିକୁ ପ୍ରତ୍ୟେକ ଘରେ ଘରେ ଲୋକମାନଙ୍କ ନିକଟରେ ପହଁଚାଇବାକୁ ସରପଂଚ ଶ୍ରୀମତୀ ମହାନ୍ତି ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଶାରଦା ପ୍ରସନ୍ନ ରାଉତଙ୍କ ବିଭିନ୍ନ ଏସଏଚଜିର ସଭ୍ୟାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ