ହାତୀ ଜାଣିପାରେ କମ୍ ବେଶୀର ତଫାତ
କୁକୁରର ଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ବୋଲି ଆମେ ଜାଣିଛେ । କିନ୍ତୁ ହାତୀମାନଙ୍କର ଶୁଙ୍ଘିବା ଶକ୍ତି ପ୍ରଖର ବାଲି ଜାଣିଛନ୍ତି କି? ହାତୀ ଶୁଣ୍ଢରେ ଶୁଙ୍ଘି ଜାଣି ଦେଇଥାଏ କମ୍ ବେଶୀର ତଫାତ୍ । ଆମେରିକାର ଗବେଷକ ୧୬ରୁ ୪୫ ବର୍ଷ ବୟସର ଥାଇଲାଣ୍ଡରେ ହାତୀଙ୍କୁ ନେଇ ପରୀକ୍ଷା କରି ଏହା ଜାଣିପାରିଛନ୍ତି । ଗବେଷଣାକାରୀ କୁହନ୍ତି, ହାତୀଙ୍କର ଶୁଙ୍ଘିବା କ୍ଷମତା ଅନ୍ୟ ଜୀବଜନ୍ତୁଙ୍କଠାରୁ ବେଶୀ । ଏହି ପରୀକ୍ଷା କରିବା ପାଇଁ ଏକ ବାଲ୍ଟିରେ ୨୪ ଗ୍ରାମ ସୂର୍ଯ୍ୟମୁଖୀ ମଞ୍ଜି ଏବଂ ଆଉ ଗୋଟିଏ ବାଲ୍ଟିରେ ୪ ଗ୍ରାମ ସୂର୍ଯ୍ୟମୁଖୀ ମଞ୍ଜି ନିଆଯାଇଥିଲା । ତେବେ ହାତୀମାନେ କମ୍ ବେଶୀ ପରିମାଣ ଶୁଙ୍ଘି ଜାଣିପାରିଥିଲେ । ନରହାତୀ ଏହି ତରିକା ଖୁବ୍ ଶୀଘ୍ର ଆଉ ଭଲ ଭାବେ କରିପାରନ୍ତି । କାରଣ ଭୋକ ଲାଗିଲେ ତାଙ୍କର ଶୁଙ୍ଘିବା ଶକ୍ତି ଆହୁରି ବଢ଼ିଯାଇଥାଏ । ଫଳରେ ସେମାନେ କମ୍ ବେଶୀର ତଫାତ୍ ସଙ୍ଗେ ସଙ୍ଗେ ଜାଣିପାରନ୍ତି । ଆହୁରି ମଧ୍ୟ ଗବେଷକମାନେ କୁହନ୍ତି, ଋତୁ ବଦଳିବା ସହିତ ଖାଦ୍ୟ ଏବଂ ପାଣି ଅନ୍ୱେଷଣରେ ବହୁ ଦୂର ପର୍ଯ୍ୟନ୍ତ ଚାଲିଯାଇଥାନ୍ତି ଏମାନେ । ଫଳରେ ଭୋକିଲା ଥିବାରୁ ମଣିଷମାନଙ୍କୁ ଆକ୍ରମଣ କରିଥାନ୍ତି ।


