ଗୋଟିଏ ଲେମ୍ବୁର ଦାମ ହଜାର ହଜାର ଟଙ୍କା
ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି । ତାମିଲନାଡୁ ଭିଲ୍ଲୁପୁରମ୍ ଜିଲ୍ଲାରେ ରହିଛି ଏକ ମନ୍ଦିର । ଏଠାରେ ଗୋଟିଏ ଲେମ୍ବୁ ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ । ସ୍ଥାନୀୟ ତିରୁଭାନିନାଲରଠାରେ ଥିବା ବାଲାଥାଣ୍ଡାଉଥ୍ୟୁପାନି ମନ୍ଦିରରେ ମୁର୍ଗା ଦେବଙ୍କୁ ପୂଜା କରାଯାଇଥାଏ । ଏଠାରେ ପ୍ରତିବର୍ଷ ପାନଗୁନି ଉଥିରମ୍ ଉତ୍ସବ ପାଳିତ ହୋଇଥାଏ । ଏହି ୧୧ ଦିନିଆ ଉତ୍ସବରେ ମୁର୍ଗାଙ୍କ ପାଖରେ ଲେମ୍ବୁ ଲାଗି ହୋଇଥାଏ । ସେଥିମଧ୍ୟରୁ ୯ଟି ପବିତ୍ର ଲେମ୍ବୁର ନିଲାମ ହୋଇଥାଏ । ପ୍ରଥମ ୩ଟି ଲେମ୍ବୁ ହଜାର ହଜାର ଟଙ୍କାରେ ବିକ୍ରି ହୋଇଥାଏ । ଏହି ଲେମ୍ବୁ ଦ୍ୱାରା ନିଃସନ୍ତାନ ଦମ୍ପତିଙ୍କର ସନ୍ତାନ ଲାଭ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ରହିଛି ବିଶ୍ୱାସ । ପୂର୍ବରୁ ଏଠାରେ ପୂଜା ହୋଇଥିବା ଲେମ୍ବୁକୁ ମାଗଣାରେ ଶ୍ରଦ୍ଧାଳୁଙ୍କ ପ୍ରଦାନ କରାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହାର ନିଲାମ ହେଉଥିବା ଲୋକେ କୁହନ୍ତି ।


