ତିନି ତଲାକ୍ କହି ସ୍ତ୍ରୀ କୁ ଛାଡ ପତ୍ର ଦେଲା ଯୁବକ , ସ୍ୱାମୀ ଗିରଫ

ଥାଣେ : ଥାଣେର ଭିୱାଣ୍ଡିରେ ଜଣେ ଯୁବକ ବିବାହ କରିବାର ଠିକ୍ ୧୫ ଦିନ ପରେ ଯୈାତୁକ ପାଇଁ ସ୍ତ୍ରୀ କୁ ତିନି ତଲାକ୍ କହି ଛାଡପତ୍ର ଦେବା ଘଟଣା ମହଙ୍ଗା ପଡିଛି । ଏହି ଘଟଣା ପରେ ପୋଲିସ ସ୍ୱାମୀ ଙ୍କୁ ଗିରଫ କରିବା ସହ ପରିବାର ଲୋକ ମାନଙ୍କ ବିରୋଦ୍ଧରେ ମାମଲା ଦାୟର କରିଛି ପୋଲିସ । ମେ -୧୮-୨୦୧୬ ମସିହା ବୈଦିକ ରିତିନୀତି ।ଅନୁଯାୟୀ ବିବାହ କରିଥିଲେ ଆମୀର ମୁଖତର ଆମୀର ମୋମିନଙ୍କ ସହ ହୋଇଥିଲା ।ବିବାହର ଠିକ ୧୫ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ ଚାଲିଥିଲା । କିନ୍ତ ୁ ବିବାହ ବନ୍ଧନରେ ବାନ୍ଧି ହେବାର ଠି୍କ୍ ୧୫ ଦିନ ପରେ ଶାଶୁ ଘର ଲୋକ ଯୈାତୁକ ଦାବି କରି ଅତ୍ୟାଚାର କରିଥିଲେ । ଏହା ପରେ ମହିଳା ଜଣଙ୍କର ଚାକିରି ହେବା ପରେ ସେ ଶାଶୁ ଘରକୁ କିଛି କିଛି ଟଙ୍କା ଦେଉଥିଲେ । ଏହା ପରେ ଶାଶୁ ଘର ତରଫରୁ ନିର୍ଯ୍ୟା୍ତନା ଦେବା ବନ୍ଦ ହୋଇଯାଇଥିଲା । ଏହି ଘଟଣାର କିଛି ଦିନ ପରେ ମହିଳା ଜଣକ ଡେଲିଭେରୀ ପାଇଁ ନିଜର ବାପା ଘରକୁ ଯାଇଥିବାରୁ ଶାଶୁ ଘର ଲୋକେ ଆଉ ବୋହୁକୁ ଗ୍ରହଣ କରିବା ପାଇଁ ରାଜି ହୋଇନଥିଲେ । ଏହା ସହ ସ୍ୱାମୀ ତିନି ତଲାକ କହି ସ୍ତ୍ରୀକୁ ଛାଡ ପତ୍ର ଦେଇଛନ୍ତି । ଏହି ଘଟଣା ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ଶାଶୁ ଘର ପରିବାର ଲୋକ ଉପରେ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ