ବ୍ଲକ ସ୍ତରୀୟ ମହିଳା ହିଂସା ବିଲୋପ କର୍ମଶାଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡ଼ିଏସ)ପକ୍ଷରୁ ମିଶନ ଶକ୍ତି ଭବନ ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ମହିଳା ହିଂସା ବିଲୋପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତୀୟ ମହିଳା ହିଂସା ବିଲୋପ ଦିବସ ଠାରୁ ଆରମ୍ଭ କରି ଡିସେମ୍ବର ୧୦ ତାରିଖ ମାନବାଧିକାର ଦିବସ ପର୍ଯ୍ୟନ୍ତ ସକ୍ରିୟତା ଅଭିଯାନ ପରିପ୍ରେକ୍ଷୀରେ ଗୁରୁବାର ମହିଳା ସୁରକ୍ଷା ସମ୍ପର୍କିତ ଆଇନ ଏବଂ ଅଧିକାର ସମ୍ପର୍କରେ ସଚେତନ କରାଯାଇଥିଲା। ସିଡିପିଓ ଗୀତାଞ୍ଜଳି ବେହେରା ଙ୍କ ଅଧ୍ୟକ୍ଷତା ଏବଂ ଅଙ୍ଗନୱାଡ଼ି ସୁପ୍ରଭାଇଜର ଉମାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ମଶାଳାରେ ଆଇନଜୀବି ହରପ୍ରସାଦ ରଥ, ଗଞ୍ଜାମ ଜିଲା ମହିଳା ସଶକ୍ତିକରଣ ବିଭାଗ ସଂଯୋଜିକା ମନୋରମା ନାଇକ, ବବିତା ମହାରଣା, ଜୀବିକା ମିଶନ ବ୍ଲକ ସଂଯୋଜିକା ସଙ୍ଗୀତା ପଣ୍ଡା, ମିଶନ ଶକ୍ତି ବ୍ଲକ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲିକ, ଅଙ୍ଗନୱାଡ଼ି ସୁପ୍ରଭାଇଜର ଗୀତାଞ୍ଜଳି ଗୌଡ଼, ରଞ୍ଜନା ମିଶ୍ର, ସତ୍ୟଭାମା ପାଢ଼ୀ, ଲକ୍ଷ୍ମୀ ଶବର, ରଶ୍ମିତା ଜାନି, ସୁଭଦ୍ରା ସାଥୀ ଚନ୍ଦନ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। କର୍ମଶାଳାରେ ଦିଗପହଣ୍ଡି ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସିଆରପି, ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।


