ଗଞ୍ଜାମ ସହର ରେ ମଧୁସୂଦନ ଦାସ ଜୟନ୍ତୀ ପାଳିତ

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ସହର ଠାରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା , ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୩ ତମ ଜୟନ୍ତୀ ପାଳନ ହୋଇଯାଇଛି । , ସହରରେ ଭାରତୀ ବିଦ୍ୟାପୀଠ ସ୍କୁଲ ପରିସରରେ ଥିବା ମଧୁସୂଦନ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟଅର୍ପଣ କରାଯିବା ସହ ସ୍ମୃତି ଚାରଣ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ତଥା ଭରସା ର ସଭାପତି ଦିଲ୍ଳୀପ କୁମାର ପଟ୍ଟନାୟକ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସୁରଥପ୍ରଧାନ, ବ୍ଲକଗୋଷ୍ଟି ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ଘଡେଇ, ପ୍ରଧାନ ଶିକ୍ଷକ କବିରାଜ ଦାଶ, ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ରେଡ୍ଡୀ, ସରପଞ୍ଚ ଶତ୍ରୁଘନ ମହାଙ୍କୁଡ, ସରପଞ୍ଚ ସନ୍ତୋଷ ରେଡି,ସାମ୍ବାଦିକ ବିସ୍ମୟ ପ୍ରଧାନ, ବଟକୃଷ୍ଣ ରାଉଳ,ବିନୋଦ କୁମାର ପଲେଇ, ସମାଜସେବୀ ପଞ୍ଚାନନ ଖଟୁଆ, ବସନ୍ତ କୁମାର ସାହୁ,ମନରଞ୍ଜନସାହୁ, ଭାଗୀରଥୀ ନାୟକ ,କ୍ଲାର୍କ ହରିହର ବାରିକ, ପ୍ରମୁଖ ଉପସ୍ଥିତ ରହି ସମଦୁରତା ରକ୍ଷା ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ