ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର: ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଓଡ଼ିଶାରେ ଫସିଥିବା ବାହାର ରାଜ୍ୟ ଶ୍ରମିକଙ୍କ ଫେରିବା ନେଇ ମୁଖ୍ୟ ଦାୟିତ୍ୱରେ ରହିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ମହାପାତ୍ର। ଓଡ଼ିଶାରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ଓ ସାଧାରଣ ଲୋକଙ୍କୁ କିଭଳି ନିଜ ରାଜ୍ୟକୁ ପଠାଯିବ, ସେନେଇ ସେ ତଦାରଖ କରିବେ। ଏହାସହ ଶ୍ରମ କମିଶନର ଏନ୍. ଥିରୁମାଲା ନାଏକଙ୍କୁ ରାଜ୍ୟ ନୋଡାଲ ଅଫିସ ଭାବେ ନିୟୁକ୍ତ କରାଯାଇଛି। ବାହାର ରାଜ୍ୟର ଲୋକଙ୍କୁ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ସେହିପରି ବାହାର ରାଜ୍ୟରୁ ପ୍ରବାସୀଙ୍କ ଫେରିବା ନେଇ ବିଭିନ୍ନ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।


