ଜିଲ୍ଲା କରଣ ମହାସଭା ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଂଟନ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା କରଣ ମହାସଭା ପକ୍ଷରୁ ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ତିକନପୁର ପଂଚାୟତର ମରିଲ ଓ ମଣିନାଥପୁର ଗ୍ରାମରେ ଦଳିତ ବର୍ଗର ଗରୀବ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯିବା ସହିତ ଶୁଖିଲା ଖାଦ୍ୟ ଫିନାଇଲ ଓ ମାସ୍କ ବଂଟନ କରାଯାଇଛି । କରଣ ମହାସଭାର ଦେବେନ୍ଦ୍ର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ପ୍ରମୋଦ ମହାପାତ୍ର , ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।