ଆଇଟିସି ପକ୍ଷରୁ ସୁଗନ୍ଧିତ ଅଗରବତୀ ପ୍ୟାକର ବଜାର ପ୍ରବେଶ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ୨୦୧୯: ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରେ ଏସମ୍ପର୍କିତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଆଇଟିସି ଅଗରବତୀ ବିଜ୍ନେସ୍ ମୁଖ୍ୟ ରବି ରାୟଭରମ୍ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଗରବତୀ ପ୍ରସ୍ତୁତ କରିଥିବା ଗ୍ରାମୀଣ ମହିଳା ଏସ୍ଏଚ୍ଜି ଗ୍ରୁପ୍ ସଦସ୍ୟ, ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ପଦାଧିକାରୀ ଉପସ୍ଥିତ ଥିଲେ ।

ମଙ୍ଗଳଦୀପ୍ର ଏହି ଅଗରବତୀରେ ଦୁଇ ପ୍ରକାର ସୁଗନ୍ଧ ରହିଛି । ଏହା ଦୁଇଟି ଭିନ୍ନ ଭିନ୍ନ ରଙ୍ଗରେ ମଧ୍ୟ ପ୍ୟାକ୍ କରାଯାଇଛି । ଏହି ସୁଗନ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମନ ପସନ୍ଦର ସୁଗନ୍ଧ । ଏହାର ଦୁଇଟି ପ୍ୟାକ୍ ମଧ୍ୟରୁ ଉପର ପ୍ୟାକ୍ରେ ତୁଳସୀ ଏବଂ ନିମ ତଥା ଅନ୍ୟ ତଳ ପ୍ୟାକ୍ରେ କସ୍ତୁରୀ ଏବଂ ଚନ୍ଦନ ସୁଗନ୍ଧର ଅଗରବତୀ ରହିଛି । ନିମ ଶ୍ରୀ ଜଗନ୍ନାଥଙ୍କ ଶ୍ରୀବିଗ୍ରହ ନିର୍ମାଣରେ ଳାଗିଥାଏ । ସେହିପରି ଶ୍ରୀ ଜଗନ୍ନାଥଙ୍କ ଗଳାରେ ତୁଳସୀ ମାଳା ଲାଗି ହୋଇଥାଏ । ଚନ୍ଦନ ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥାଏ । ସେହିପରି କସ୍ତୁରୀ ଶ୍ରୀବିଗ୍ରହଙ୍କ ଶୃଙ୍ଗାରରେ ଲାଗି ହୋଇଥାଏ । ମଙ୍ଗଳଦୀପ୍ ଏହି ୪ ଉପାଦାନର ମିଶ୍ରଣରେ ପ୍ରବିତ୍ର ସୁଗନ୍ଧିତ ଅଗରବତୀ ପ୍ରସ୍ତୁତ କରିଛି ।

ଆଇଟିସିର ମଙ୍ଗଳଦୀପ୍ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ସହିତ ମିଳିତ ହୋଇ ଗ୍ରାମୀଣ ମହିଳାଙ୍କ ଜୀବନଜୀବିକା ବିକାଶ ପାଇଁ ମହିଳା ଏସଏଚଜି ଗ୍ରୁପ୍ ସହାୟତାରେ ସେମାନଙ୍କୁ ଅଗରବତୀ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ କରାଇଛି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟ ଏ ଦିଗରେ ଆବଶ୍ୟକ ସହାୟତା ଯୋଗାଇ ଦେଇଛି ।

ଏହି ଅବସରରେ ଆଇଟିସି ଅଗରବତୀ ବିଜ୍ନେସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ରବି ରାୟଭରମ୍ କହିଲେ, ମଙ୍ଗଳଦୀପ୍ର ଏହି ଅନନ୍ୟ ଅଗରବତୀ ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ଘରେ ମଧ୍ୟ ଶ୍ରୀଜଗନ୍ନାଥ କରୁଣାର ଉପଲବ୍ଧ ହୋଇପାରିବ । ମଙ୍ଗଳଦୀପ୍ର ଏହି ଟେମ୍ପଲ୍ ସବ୍ ବ୍ରାଣ୍ଡ୍ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଭାବ ଜାଗ୍ରତ କରାଇବାକୁ ସକ୍ଷମ ହେବ । ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ଗ୍ରାମୀଣ ମହିଳାଙ୍କ ଜୀବନଜୀବିକା ବିକାଶ ପାଇଁ ଏହା କରୁଥିବା ବେଳେ ଏଥିରେ ଜଗନ୍ନାଥ ମନ୍ଦିର କମିଟି ଆବଶ୍ୟକ ସହାୟତା ଯୋଗାଇ ଦେଇଛନ୍ତି ।

ଏନ୍ଦିରରେ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ