କୋରନା ମହାମାରୀ ସମୟରେ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଷ୍ଟରରେ ଅପିଲ

ଫୁଲବାଣୀ (ସୁର୍ଯ୍ୟ ନାରାୟଣ ବେହେରା): କନ୍ଧମାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ସ୍ୱରୂପ ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଜାରୀ ହୋଇଥିବା ତୃତୀୟ ପର୍ଯ୍ୟାୟ ଲକ ଡାଉନ ମେ ସତର ତାରିଖ ଯାଏଁ ଲାଗୁ କରାଯାଇଛି ଏବଂ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବା ସହିତ ଗାଁ ଗାଁରେ ସଚେତନ ସରକାର କରିବା ସହିତ ସାମାଜିକ ଦୂରତ୍ୱ ବଜାଇ ରଖିବା ଓ ସଦାବେଳେ ହାତକୁ ବାରମ୍ବାର ସାବୁନ, ସାନିଟାଇଜେସନ କରିବା ଓ ମାକ୍ସ ପିନ୍ଧିବା ପାଇଁ ସଚେତନତା କରାଯାଇଛି | ବାଲିଗୁଡା, ନୂଆଗାଁ ତୁମୁଡିବନ୍ଧ ଓ କୋଟଗଡ ବ୍ଲକର ବିଭିନ୍ନ ଅଂଚଳରେ ମାଓବାଦୀ ମାନଙ୍କ ଠାରୁ ଜନସାଧାରଣ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସେମାନଙ୍କ ସହିତ ମିଲାମିଶା କିମ୍ବା ବୈଠକରେ ଯୋଗ ନ ଦେବା ସହିତ ଗାଁ ରେ ନ ପୁରାଇ ଦେବାସହ ମାଓବାଦୀ ସଂଘଠନ ମହାମାରୀ ସମୟରେ ଗରିବ ଲୋକଙ୍କ ବନ୍ଧୁ ସାଜୁଥିବା ବେଳେ ଏଭଳି ବିପତ୍ତି ସମୟରେ ଲୋକଙ୍କୁ ସାହାଯ୍ୟ ସହଯୋଗ ପାଇଁ କିଛି ମଧ୍ୟ ଭୂମିକା ଗ୍ରହଣ କରୁ ନଥିବା ଉଲ୍ଲେଖ ପୋଷ୍ଟରରେ ରହିଛି | ବିଶ୍ୱ ଆଦିବାସୀ ସଂଘ ତରଫରୁ ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମରାଯାଇଛି | ମାଓବାଦୀ ମାନେ ବିଭିନ୍ନ ରାଜ୍ୟ ରୁ ଆସିଥିବାରୁ କୋରନା ସଂକ୍ରମଣ ହେବାର ଆଶଙ୍କରହିଛି | ଜନସାଧାରଣ ସେମାନଙ୍କଠାରୁ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଛି | ପରମ ପଙ୍ଗା, ବାଟାଗୁଡା, ସୁଡ୍ରା,ବାରଖମା, ସିରତି ଗୁଡା ଓ କୁର୍ତ୍ତମଗଡ ଅଂଚଳରେ ବିଭିନ୍ନ ଛକ, ରାସ୍ତା, ଗଛରେ ପୋଷ୍ଟର ମରା ଯାଇଥିବା ଦେଖିବାକୁ ମିଳିଛି |ଏବଂ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବାପାଇଁ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀ ମାନଙ୍କୁ ନିବେଦନ କରିଛି ବିଶ୍ୱ ଆଦିବାସୀ ବିକାଶ ସଂଘ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ