କୋରୋନା ଭୂତାଣୁ ଯାଇ ନ ପାରେ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ଜେନିଭା: କୋରୋନା ମହାମାରୀ ଦ୍ବାରା ୨୧୦ଟି ଦେଶ ପ୍ରଭାବିତ ହୋଇଥିଲା ବେଳେ ସମସ୍ତଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବା ସ୍ଥିତିରେ ପହଞ୍ଚିଛି। ଏହି ମହାମାରୀକୁ ଦୂର କରିବା ଭ୍ୟାକ୍ସିନ ବାହାର କରିବା ସକାଶେ ବହୁ ପ୍ରତିଷ୍ଠିତ ଲ୍ୟାବରେ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହା ଭିତରେ ୧୦୦ରୁ ଅଧିକ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି। ମାତ୍ର ଏଯାବତ କୌଣସି ଭ୍ୟାକ୍ସିନରୁ ଶତ ପ୍ରତିଶତ ସଫଳତା ମିଳି ନାହିଁ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବିଶେଷଜ୍ଞ ମାଇକ ରେୟନ। ରେୟନ ଆହୁରି କହିଛନ୍ତି ଯେ ଏହି କୋରୋନା ଭୂତାଣୁ କେବେ ଦୂର ହେବ ତାହାକୁ ନେଇ ପୂର୍ବାନୁମାନ କରିବା ବର୍ତ୍ତମାନ ସ୍ଥିତିରେ ଅସମ୍ଭବ। ଏନେଇ ଏବେଠୁ କିଛି କୁହାଯାଇ ପାରିବ ନାହିଁ। ଏହି ଭୂତାଣୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଆମ ସହ ରହିପାରେ ବା ରହି ନ ପାରେ ବୋଲି କହିଛନ୍ତି ରେୟନ। ରେୟନ ଆହୁରି କହିଛନ୍ତି ଯେ ଯଦି ବି ଭ୍ୟାକ୍ସିନ ବାହାରେ ତାହେଲେ ବି କରୋନକୁ ଏତେ ଶିଘ୍ର ଦୂର କରିବା ମଧ୍ୟ ସମ୍ଭବ ନୁହେଁ। ଏବେ ବି ମିଳିମିଳା ପରି ଭୂତାଣୁକୁ ପ୍ରସ୍ତୁତ ଭ୍ୟାକ୍ସିନ ଦ୍ବାର ସମ୍ପୂର୍ଣ୍ଣ ଦୂର କରାଯାଇ ପାରି ନାହିଁ। ତେଣୁ ଏହି କୋରୋନା ଆମ ସହ ଏଚଆଇଭି ପରି ଯେ ନ ରହି ବ ତାହା କେହି କହିପାରିବେ ନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦେଶକ ଟେଡରସ ଅଧନମ ଘେବ୍ରେସୁସ କହିଛନ୍ତି ଯେ କୋରୋନାକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଆମ ଉପରେ ନିର୍ଭର କରୁଛି। ଏହାକୁ କିଏ କିଭଳି ଭାବେ ପ୍ରତିହତ କରିବା ପାଇଁ ଚେଷ୍ଟା କରିବ ତାହା ବେଶୀ ଗୁରୁତ୍ବପୂର୍ଣ୍ଣ।


