ଗାଁରେ ନାହିଁ ଗାଟିଏ ବି ମୁସଲମାନ ପରିବାର ହେଲେ ହିନ୍ଦୁ କରୁଛନ୍ତି ମସ୍ଚିଦର ଦେଖାରଖା

ପଞ୍ଜାବ ଲୁଧିଆନାର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲାମିଟର ଦୂରରେ ରହିଛି ହେଣ୍ଡା ବେଟ ଗାଁ । ଏଠାରେ ଥିବା ଏକ ମସ୍ଚିଦ ପରାଧିନ ଭାରତର ଗାଥା ବଖାଣିଥାଏ । କାରଣ ପୂର୍ବରୁ ଏଠାରେ ପାଖାପାଖି ୫୦ ଜଣ ମୁସଲମାନ ପରିବାର ରହୁଥିବା ବେଳେ ଦେଶ ବିଭାଜନ ପରେ ଏଠାରେ ଗାଟିଏ ହେଲେ ମୁସଲମାନ ପରିବାର ନାହାଁନ୍ତି । ହେଲେ ଆଜିବି ମସଜିଦରେ ଜଳୁଛି ସଦ୍ଭାବନାର ଦୀପ । ପାକିସ୍ତାନ ମିରଖପୁର(ସିଆଲକାଟ)ରୁ ଆସିଥିବା ୧୫ଟି ଚାଷୀ ପରିବାର ମସ୍ଚିଦର ଦେଖାରଖା କରୁଛନ୍ତି । ମୁସଲମାନ ନ ଥାଇ ମଧ୍ୟ କେବେ ମସ୍ଚିଦର ଦ୍ୱାର ବନ୍ଦ ହାଇନାହିଁ କି କେହି କେବେ ଏହାକୁ ଭାଙ୍ଗି ଦେବାକୁ ଚାହିଁ ନାହାଁନ୍ତି । ଏହି କୃଷକ ପରିବାରର ସଦସ୍ୟ ପ୍ରେମ ସିଂ ଗତ ୪ ବର୍ଷ ହେବ ସକାଳେ ସନ୍ଧ୍ୟାରେ ମସ୍ଚିଦରେ ଦୀପ ଜାଳୁଥିବା ବେଳେ ଆତ୍ମସନ୍ତାଷ ଲାଭ କରୁଥିବା କୁହନ୍ତି । ଯଦି କୌଣସି କାମରେ ପ୍ରେମ ସିଂ ବାହାରକୁ ଯାଆନ୍ତି ତେବେ ତାଙ୍କ ପୁଅ ଗଗନଦୀପ ପିତାଙ୍କ କାମକୁ ସମ୍ଭାଳି ନେଇ ମସ୍ଚିଦରେ ଦୀପ ଜାଳି ଦିଅନ୍ତି । ଦୂରଦୂରାନ୍ତରୁ ଲାକେ ଏଠାରେ ଆସି ମାନସିକ କରିବା ସହ ମାନସିକ ପୂରଣ ହେଲେ ଚାଦର ମଧ୍ୟ ଚଢାଇ ଥାଆନ୍ତି । ମସ୍ଚିଦ ପାଇଁ ଗାଁରେ ସୁଖଶାନ୍ତି ବଜାୟ ରହିଛି ବାଲି ପ୍ରେମ ସିଂ କୁହନ୍ତି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ