କାଲିମେଘି ପଂଚାୟତରେ ଆଇନ ସଚେତନତା ଶିବିର ଅନୁଷ୍ଠିତ
କୋଦଳା:(ଗୁଲସନ୍ କୁମାର କର) ବେଗୁନିଆପଡା ବ୍ଳକ ଅନ୍ତର୍ଗତ କାଲିମେଘି ଗ୍ରାମର ରାଜୀବ ଗାନ୍ଧୀ ସହାୟତା କେନ୍ଦ୍ରରେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ କୋଦଳା କୋର୍ଟର ବରିଷ୍ଠ ଓକିଲ ଓ ଜର୍ଜଙ୍କ ଦ୍ଵାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଦଳା ଜେ.ଏମ୍.ଏଫ.ସି ଶ୍ରୀମତୀ ସୁକନ୍ୟା ଶତପଥୀ ଅଧ୍ୟକ୍ଷତା କରିଥିବା ବେଳେ କୋଦଳା ଓକିଲ ସଂଘର ସଭାପତି ଶ୍ରୀ ତାରିଣୀ ଚରଣ ପଟ୍ଟନାୟକ, ସମ୍ପାଦକ ଶୁଭ୍ରମଣି ଦାସ,ପ୍ରଫୁଲ୍ଲ କୁମାର ମିଶ୍ର, ବାଳକୃଷ୍ଣ ପଣ୍ଡା,ନିଲାଞ୍ଚଲ ପୋଲାଇ ଓ ସୁବାଷ ସାହୁ ଆଦି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


