ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୀବାଣୁ ଶୁନ୍ୟ ଓ ପରିଚ୍ଛନତା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ, ସଂଗରୋଧରେ ରହୁଥିବା ପ୍ରୂବାସୀ ଓଡିଆମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ଆଖି ଆଗରେ ରଖି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୀବାଣୁ ମୁକ୍ତ ଏବଂ ପରିଷ୍କାର ପରିଚ୍ଛନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲା ପ୍ରଶାସନ କେବଳ ପ୍ରବାସୀ ଓଡିଆ ମାନଙ୍କ ପାଇଁ ୨୦୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରସ୍ତୁତ କରିଅଛି, ଯେଉଁଥିରେ କି ୨୦,୦୦୦ ରୁ ଉର୍ଦ୍ଧ ବ୍ୟକ୍ତି ରହିପାରିବେ । ବର୍ତ୍ତମାନ ସୁଦ୍ଧା ୪୫ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଖାପାଖି ୩,୦୦୦ରୁ ଉର୍ଦ୍ଧ ପ୍ରବାସୀ ଓଡିଆ ସଂଗରୋଧରେ ରହୁଛନ୍ତି । ଏହି ୪୫ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କିପରି ଜୀବାଣୁ ମୁକ୍ତ ହେବ ଏବଂ ପ୍ରବାସୀ ଓଡିଆ କିପରି ସ୍ୱାସ୍ଥ୍ୟକର ପରିବେଶରେ ରହିପାରିବେ ସେଥିପାଇଁ ଜିଲା ପ୍ରଶାସନ ଅହରହ କାର୍ଯ୍ୟ କରୁଛି । ସେଥିମଧ୍ୟରୁ ୫ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିରେ ରହିଥିବାବେଳେ, ବିଜ୍ଞାପିତ ଅଞ୍ଚଳ ପରିଷଦ, କାଶୀନଗରରେ ୨ଟି ଏବଂ ଅନ୍ୟ ୩୮ ଗୋଟି ପଞ୍ଚାୟତ ଅଞ୍ଚଳରେ କାର୍ଯ୍ୟ କରୁଛି । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ସଫାସୁତୁରା ଏବଂ ଜୀବାଣୁମୁକ୍ତ ପାଇଁ ଏମ୍‌.ଏ. ନୌଷଦ ଅନୁଷ୍ଠାନକୁ ଦାୟିତ୍ୱ ଦିଆଯାଇଛି । ସେହି ଅନୁଷ୍ଠାନ ପ୍ରତିଦିନ ଦୁଇଥର ସଫାସୁତୁରା ଏବଂ ଜୀବାଣୁମୁକ୍ତ ପାଇଁ କାମକରେ ଯେଉଁଥିରେ ୨୦ରୁ ଉର୍ଦ୍ଧ କର୍ମଚାରୀ ନିଯୁକ୍ତ ଅଛନ୍ତି । ଏହି କାର୍ଯ୍ୟକୁ ପର୍ଯ୍ୟାଲୋଚନା କରିବାପାଇଁ ନିଜେ ପାରଳାଖେମୁଣ୍ଡି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ରାଉତ ଦାୟୀତ୍ୱରେ ଅଛନ୍ତି । କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫାସୁତୁରା ଏବଂ ଜୀବାଣୁ ମୁକ୍ତ ପାଇଁ ଏନ୍‌.ଏ.ସିର ୧୦ ଜଣ କର୍ମଚାରୀ ନିଯୁକ୍ତ ରହି ଦିନକୁ ଦୁଇଥର କାର୍ଯ୍ୟକରନ୍ତି । ଏହି କାର୍ଯ୍ୟକୁ ପର୍ଯ୍ୟାଲୋଚନା କରିବାପାଇଁ ନିଜେ କାର୍ଯ୍ୟନିର୍ବହୀ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ସେହିପରି ଅନ୍ୟ ୩୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଦିନକୁ ଦୁଇଥର ସଫାସୁତୁରା ଏବଂ ଜୀବାଣୁ ମୁକ୍ତ କାର୍ଯ୍ୟ କରାଯାଉଛି । ଯାହାକି ପଞ୍ଚାୟତ ଦ୍ୱାରା ପରିଚାଳନା କରିବାସହ ୧୦୦ରୁ ଉର୍ଦ୍ଧ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ଅଛନ୍ତି । ଏହି କାର୍ଯ୍ୟକୁ ପର୍ଯ୍ୟାଲୋଚନା କରିବା ସହ ପ୍ରତିଦିନ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୁଲି ଦେଖିବା ସହ ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷକୁ ଲିଖିତ ବିବରଣୀ ପ୍ରଦାନ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ