ପବିତ୍ର ରଥଯାତ୍ରା ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ୧୦୮ ହନୁମାନ ଚାଳିଶା ପାଠ

ବ୍ରହ୍ମପୁର : ଲୋଚାପଡ଼ା କାଳୀ ମନ୍ଦିର ପ୍ରାଙ୍ଗଣରେ ଦିବ୍ୟ ଜୀବନ ସଂଘ ଦ୍ୱାରା ସଂଘର ସନ୍ଥ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ବିଶ୍ୱରେ ପ୍ରତି ପରିବାର ମଧ୍ୟରେ ଶାନ୍ତିର ବାତାବରଣ ସୃଷ୍ଟି କରିବା ନିମନ୍ତେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ଜୟଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ବିଶ୍ୱ ପ୍ରାର୍ଥନା, ହେ ପ୍ରଭୁ ଆନନ୍ଦ ଦାତା, ଗାୟତ୍ରୀ ମନ୍ତ୍ର, ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ସଫଳତା ମନ୍ତ୍ର ସହ ଦେବୀ ମନ୍ତ୍ର ଆଦି ପାଠ କରାଯାଇଥିଲା । ସ୍ୱାମୀଜୀ ମହାରାଜ କହିଥିଲେ ବର୍ଷକୁ ଥରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀମା’ ଘରକୁ ଯାଆନ୍ତି । ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ଅଟନ୍ତି । ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଆନନ୍ଦ ସହିତ ଭାବ ଭରିଦେଇଥାନ୍ତି । ତତ୍ ସହିତ ସେ ଭକ୍ତର ଭାବ ସହିତ ନିଜକୁ ଯୋଡ଼ି ଦେଇଥାନ୍ତି । ଏହା ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲୀଳା ଅଟେ । ତତ୍ ସହିତ ହନୁମାନ ଜୀ ହେଉଛନ୍ତି ଶ୍ରୀକ୍ଷେତ୍ରର ରକ୍ଷାକର୍ତ୍ତା । ତେଣୁ ଶ୍ରୀ ହନୁମାନଜୀଙ୍କ ୧୦୮ ଚାଳିଶା ଆଜିର ରଥଯାତ୍ରାରେ ପ୍ରଥମ କର୍ତ୍ତବ୍ୟ ମନେକରି ଏହାର ଆୟୋଜନ କରାଯାଇଛି । ହନୁମାନଜୀଙ୍କର ବର୍ତ୍ତମାନ ପରିସ୍ଥିତିର ଯୁବ ପିଢ଼ୀମାନଙ୍କୁ ପ୍ରେରଣା ଦେବା ସହ ସୁଖ ଦୁଃଖରେ ଭାଗିଦାରି ହୋଇଥାନ୍ତି । କିନ୍ତୁ ସେହିଭଳି ହୃଦୟର ସହିତ ଭାବ ରଖି ନିଷ୍ଠା, ଓ ଶ୍ରଦ୍ଧା ଓ ଦୃଢ଼ ବିଶ୍ୱାସର ସହିତ ପ୍ରାର୍ଥନା କରିବା ଦରକାର । ତେବେ ଯାଇ ଲକ୍ଷ୍ୟ ସ୍ଥଳରେ ଅର୍ଥାତ୍ ସଫଳତାର ଶୀର୍ଷ ଦେଶରେ ପହଞ୍ଚିପାରିବ । ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ତାଙ୍କର ଜୀବନୀ ଧର୍ମଗ୍ରନ୍ଥରେ ଶ୍ରୀଜଗନ୍ନାଥଙ୍କୁ ପ୍ରତ୍ୟକ୍ଷ ଠାକୁର ଓ ସେ ଜଗତର ମାର୍ଗଦର୍ଶକ ବୋଲି ବର୍ଣ୍ଣନା କରିଥିଲେ । ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଯେ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଲାବେଳେ ତାଙ୍କର ପ୍ରଥମ ପ୍ରବେଶରୁ ହିଁ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଉଁ ଭାବ ଉଦ୍ରେକ ହୋଇଥାଏ, ତାହା ସର୍ବତ୍ର ବିଦ୍ୟମାନ ହୋଇଥାଏ । କାର୍ଯ୍ୟକ୍ରମରେ ଜି. ମାଧବ ପାତ୍ର, ଜି.ସୁନ୍ଦରାମ୍ମା ପାତ୍ର, ଜି. ସୁବାସ ପାତ୍ର, ଜି. ବିଷ୍ଣୁ ପାତ୍ର, ବି.ପୁରୁଷୋତ୍ତମ ପାତ୍ର, ବି.ସୁରଭି ପାତ୍ର, ବି.ଭୂମିକା ପାତ୍ର, ବି. ଶିବାନନ୍ଦ ପାତ୍ର, ସନ୍ତୋଷ ପାତ୍ର, ସୁନୀତା ପାତ୍ର, ସୁଜାତା ପାତ୍ର, ଆଶିଷ ପାତ୍ର, ଲିଟଲି ପାତ୍ର, ଗୌର ପାତ୍ର, ରୋଷ୍ନୀ ପାତ୍ର, ସୁରୀ ପାତ୍ର, ନୀତେଶ ପାତ୍ର, ସଚ୍ଚିତାରାଣୀ କର, କ୍ଷେତ୍ର ମୋହନ ବେହେରା, ଜାନକୀ ବେହେରା, ଭାସବା ରାଜୁ, ଉମା ଚରଣ ପଟ୍ଟନାୟକଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥାଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ବି. ପୁରୁଷୋତ୍ତମ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ