ରେସ୍ତୋରାଁରେ ପ୍ରେମିକାଙ୍କ ପାଇଁ ରହିଛି ଭିନ୍ନ ବିକଳ୍ପ

ଅନେକ ସମୟରେ ପ୍ରେମିକାଙ୍କ ଅଧିକ ଖାଦ୍ୟ ଖାଇବାକୁ ନେଇ ସେମାନଙ୍କ ପ୍ରେମିକମାନେ ଚିନ୍ତିତ ରହିଥାନ୍ତି । କିଛି ଯୁବକ ନିଜର ବଜେଟକୁ ନେଇ ଚିନ୍ତା କରୁଥିବାବେଳେ ସେମାନଙ୍କ ପ୍ରେମିକାଙ୍କ ଖାଇବା ବେଳେବେଳେ ବଜେଟ ବାହାରକୁ ଚାଲିଯାଇଥାଏ । ଏବେ ଏସବୁ ସମସ୍ୟାକୁ ଆଖି ଆଗରେ ରଖି ଫିଲୋଡେଲଫିଆର ଏକ ରେସ୍ତୋରାଁ ଭିନ୍ନ ବିକଳ୍ପ ବାହାର କରିଛି । ରେସ୍ତୋରାଁଟି ମାଇଁ ଗର୍ଲଫ୍ରେଣ୍ଡ ଇଜ୍ ନଟ୍ ହଙ୍ଗ୍ରୀ ନାମରେ ଏକ ମେନ୍ୟୁ ତିଆରି କରିଥିବା ସହ ଏଥିରେ ଥିବା ଖାଦ୍ୟର ଦାମ୍ଗୁଡ଼ିକ କମ ରଖାଯାଇଛି । କିଛି ଜିନିଷ ମାଗଣାରେ ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି ।  ନାଁଟି ଶୁଣିବାକୁ ଟିକେ ଅଲଗା ଲାଗୁଥିଲେ ମଧ୍ୟ ମେନ୍ୟୁରେ ଥିବା ଖାଦ୍ୟର ସ୍ୱାଦ ଚାଖିବା ପାଇଁ ଏହି ରେସ୍ତୋରାଁରେ ଲୋକଙ୍କ ଭିଡ଼ ଲାଗି ରହିଥାଏ । ପ୍ରେମିକ-ପ୍ରେମିକାମାନେ ଏଠାରେ ଆସି ଖାଇବା ମଜା ନେବା ସହ କମ୍ ଦାମରେ ଏଠାରେ ସେମାନେ ଅଧିକ ଖାଦ୍ୟ ଖାଇପାରିଥାନ୍ତି । ରେସ୍ତୋରାଁରେ ଏଭଳି ସୁବିଧା କରାଯିବା ପରେ ବଜେଟକୁ ନେଇ ଯୁବକମାନଙ୍କୁ ଏବେ କୌଣସି ଅସୁବିଧା ହେଉ ନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ