କରୋନାରେ ପୂର୍ବତନ ବିଚାରପତିଙ୍କ ପରଲୋକ

ଚେନ୍ନାଇ: କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ହିମାଚଳ ପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ହିମାଚଳ ପ୍ରଦେଶର ପୂର୍ବତନ କାର୍ଯ୍ୟକାରୀ ରାଜ୍ୟପାଳ ଜଷ୍ଟିସ ବିଶ୍ୱନାଥନ ରତ୍ନାମଙ୍କ ପରଲୋକ ହୋଇଛି। ଗତ ଶନିବାର ଦିନ ତାଙ୍କ ଦେହାନ୍ତ ହେବାର ଦୁଇ ଦିନ ପରେ ଆଜି ସେ କରୋନା ପଜିଟିଭ୍‌ ଥିଲେ ବୋଲି କହିଛନ୍ତି ଚେନ୍ନାଇ କର୍ପୋରେସନ୍‌ର ଜନୈକ ଅଧିକାରୀ। ୮୭ ବର୍ଷୀୟ ଜଷ୍ଟିସ୍‌ ବିଶ୍ୱନାଥନ ଚେନ୍ନାଇ ମିଲାପୋରର ବାସିନ୍ଦା ଥିଲେ। ୧୯୯୪ରେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରୁ ଅବସର ଗ୍ରହଣ କରିବା ପରେ ସେ ଏବଂ ତାଙ୍କ ପରିବାର ଚେନ୍ନାଇରେ ଆସି ଅବସ୍ଥାନ କରୁଥିଲେ। ତାଙ୍କର ପତ୍ନୀ, ଏବଂ ଦୁଇ ନାତି ନାତୁଣୀ ଅଛନ୍ତି। ଜଷ୍ଟିସ୍‌ ବିଶ୍ୱନାଥନ ୧୯୯୨ରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ପରେ ତାଙ୍କ ନିକଟରେ କରୋନାର ଲକ୍ଷଣ ଦେଖାଯିବାରୁ ତାଙ୍କର ସ୍ୱାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଗତ ଶନିବାର ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇ ଯାଇଥିଲା। କିନ୍ତୁ ଆଜି ଆସିଥିବା ତାଙ୍କ କରୋନା ନମୁନା ପରୀକ୍ଷା ରିପୋର୍ଟରୁ ସେ କରୋନା ପଜିଟିଭ୍‌ ଥିବା ଜାଣିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ