ବିହାର ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ

ପାଟନା : ଦୀର୍ଘ ଦିନର ଅପେକ୍ଷା ପରେ ବିହାର ଦଶମ ବୋର୍ଡ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି। ଚଳିତ ବର୍ଷ ହିମାଂଶୁ ରାଜ୍‌ ଦଶମ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ ୯୬.୨% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ସର୍ବମୋଟ ୫୦୦ ମାର୍କରୁ ୪୮୧ ମାର୍କ ରଖିଛନ୍ତି। ଚଳିତ ବର୍ଷ ମୋଟ୍‌ ୮୦.୫୯ ପ୍ରତିଶତ ପାସ୍‌ ହୋଇଛନ୍ତି। ଚଳିତ ବର୍ଷ ମୋଟ୍‌ ୧୫,୨୯,୩୯୩ ଜଣ ପରୀକ୍ଷା ଦେଇଥିବାବେଳେ ୧୪,୯୪,୦୭୧ ଜଣ ପାସ୍‌ କରିଛନ୍ତି। ସେହିପରି ପ୍ରଥମ ଶ୍ରେଣୀରେ ୪୦,୩,୩୯୨ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ବିତୀୟ ଶ୍ରେଣୀରେ ୫,୨,୪୨୧୭ ଏବଂ ତୃତୀୟ ଶ୍ରେଣୀରେ ୨,୭,୫୪୦୨ ଜଣ ପାସ୍‌ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ