ବାଲିଗୁଡାରେ ଘରୋଇ ବସ ଚଳାଚଳ ଆରମ୍ଭ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ବିଶ୍ୱରେ କରୋନା ଭୁତାଣୁ ସଂକ୍ରମିତକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ପରିସ୍ଥିତି ଉପୁଜିଥିଲା, ଏହିପରିପ୍ରକ୍ଷିରେ ପ୍ରାୟତଃ ଦୁଇ ମାସ ରୁ ଉର୍ଦ୍ଧ ଦିନ ଧରି ଯାନବାହାନ ଚଳାଚଳ ବନ୍ଦଥିଲା l ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ରାଜ୍ୟ ବସ ମାଲିକ ସଂଘ ରାଜିହେବା ପରେ ଗୁରୁବାର କିଛି ସହରରେ ଘରୋଇ ବସ ଗଡ଼ିବାର ଦେଖିବାକୁ ମିଳିଛି l ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ମା ପାଟଖଣ୍ଡା ଘରୋଇ ବସ ମାଲିକ ସଂଘ ପକ୍ଷରୁ ପ୍ରଥମ କରି ମା’ଦକ୍ଷିଣକାଳୀ ବସ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଭିମୁଖେ ଯାତାୟତ କରିଛି l ଯାତ୍ରୀମାନେ ଗାଡ଼ି ଭିତରକୁ ପ୍ରବେଶ କରିବା ପୂର୍ବରୁ ଯାତ୍ରୀଙ୍କୁ ସାନିଟାଇଜର କରିବା ସହ ମାସ୍କ ପିନ୍ଧି ବସିବା ପାଇଁ ବସ କର୍ମଚାରୀ ସଚେତନ କରାଇଥିଲେ l ଏହି ପ୍ରୟାସ ଆଗକୁ ଜାରି ରହିବା ସହ ସରକାରଙ୍କ ଯାନବାହାନ ଚଳାଚଳ ସମ୍ପର୍କିତ ସମସ୍ତ ନିୟମକୁ ମାନି ଗାଡ଼ି ଚଲେଇବୁ ବୋଲି ମା’ଦକ୍ଷିଣା କାଳୀ ବସ ମାଲିକ ଲୋକନାଥ ପାଢ଼ୀ ପ୍ରକାଶ କରିଛନ୍ତି l