ହାତୀ ସୁରକ୍ଷା ପାଇଁ ସଚେତନତା ର ବାର୍ତ୍ତା ବାଣ୍ଟିଲେ ପଟ୍ଟଚିତ୍ର ଶିଳ୍ପୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ଥାନା ଅଧୀନସ୍ଥ ବନାଖଣ୍ଡି ଗ୍ରାମ ପଞ୍ଚାୟତ ର ବାଣିଲୋ ଗ୍ରାମ ର ଆଶିଷ କୁମାର ଦାସ ପଟ୍ଟଚିତ୍ର ମାଧ୍ୟମରେ ହାତୀର ସୁରକ୍ଷା ପାଇବା ପାଇଁ ସଚେତନତା ର ବାର୍ତ୍ତା ପଟ୍ଟଚିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି। ଖବରରୁ ପ୍ରକାଶ ଯେ ବାଣିଲୋ ଗ୍ରାମ ର ଏହି ଯୁଵକ ଦୀର୍ଘ ୧୪ ଵର୍ଷ ଧରି ଭୁବନେଶ୍ଵର ଓଲ୍ଡ ଟାଉନ୍ ଠାରେ ପଟ୍ଟଚିତ୍ର ମାଧ୍ୟମରେ ସମାଜ କୁ ଵିଭିନ୍ନ ସଚେତନତା ର ବାର୍ତା ଛିଂଚନ କରି ସମାଜ ସେବା ଜାରି ରଖିଛନ୍ତି। ସଂପ୍ରତି ଵିଶ୍ଵ ରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ଵେଳେ କୋଣାର୍କ ଥାନା ଅଧୀନସ୍ଥ ଵାଣିଲୋ ଗ୍ରାମ ର ଯୁଵକ ଆଶିଷ ବନ୍ୟ ପ୍ରାଣୀ ମାନଙ୍କୁ କିପରି ତାଙ୍କୁ ଆମେ ସମ୍ମାନ ସହ ଭଲ ପାଇବା ଉଚିତ ଏହି ପଟ୍ଟଚିତ୍ର ମାଧ୍ୟମରେ ପଟ୍ଟଚିତ୍ର ଶିଳ୍ପୀ ଆଶିଷ କୁମାର ଦାସ ନିଖୁଣ ଭାବରେ ବୁଝାଇଛନ୍ତି।


