ନଅ ଟି ଦୋକାନ କୁ ସିଲ କଲା ପ୍ରଶାସନ ଓ ତିନିଜଣ ଙ୍କ ନାମରେ ଥାନାରେ ଏତଲା

ଛତ୍ରପୁର, (ଓ୍ବାଇଏନ୍ଏସ୍):କରୋନା ମହାମାରୀ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି l ଏହା ସହ ଲୋକ ମାନେ କିପରି ସୁରକ୍ଷିତ ରହିବେ ସେଥିନିମନ୍ତେ କାର୍ଯ୍ୟ କରୁଛନ୍ତି l ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ ମାସ କୁ ଅଧିକ ଗୁରୁତ୍ୱ ଦେଇଛନ୍ତି l ଏଥି ନିମନ୍ତେ ନୂତନ ନିୟମ ପ୍ରଣୟନ କରାଯାଇଛି l ସପ୍ତାହର ଦୁଇଦିନ ଶନିବାର ଏବଂ ରବିବାର ସମ୍ପୂର୍ଣ ଦୋକାନ ବଜାର ଠାରୁ ଆରମ୍ଭ କରି ସମସ୍ତ କରବାର ବନ୍ଦ କରିବାକୁ ନିମନ୍ତେ ସଟଡାଉନ କରାଯାଇଛି l ନିୟମ କୁ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି l ଏହି ପ୍ରକ୍ରିୟା ଅନୁଯାୟୀ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାରେ ପାଳନ କରିବା ନିମନ୍ତେ ବିଭିନ୍ନ ମାଧ୍ୟମରେ ପ୍ରଶାସନିକ ଅଧିକାରୀ ମାନେ ସଚେତନ କରୁଛନ୍ତି l ଏହି ଅନୁସାରେ ଗଞ୍ଜାମ ଜ଼ିଲ୍ଲା ସଦରମହକୁମା ଛତ୍ରପୁର ସହରରେ ମଧ୍ୟ ପୂର୍ଵ ରୁ ଏନଏସି ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଛି ଳ ଆଜି ଛତ୍ରପୁର ସହରର ରିକାପଲ୍ଲୀ ଛକ ଠାରୁ ଆରମ୍ଭ କରି ମଝି ବଜାର, ନୀଳକଣ୍ଠେଶ୍ୱେର ମନ୍ଦିର ରୋଡ଼, ବଡ଼ବଜାର, ଅପର ବସଷ୍ଟାଣ୍ଡ, ପୁତି ଗୋପାଳପୁର ଏବଂ ମାଛ ମାର୍କେଟ ରୋଡ଼ ର ନଅ ଟି ଦୋକାନ ଏହାକୁ ଉଲଘଂନ କରି ସଟ ଡାଉନ ରେ ଦୋକାନ ଗୁଡିକ ଅଧା ଖୋଲି ବ୍ୟବସାୟୀ କରୁଥିବା ନେଇ ଏନ ଏ ସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି ଏବଂ ତିନୋଟି ଦୋକାନ ଙ୍କ ନାମ ରେ ଥାନା ରେ ଏତଲା ଦିଆଯାଇଛି l ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ନେତୃତ୍ୱ ରେ କର୍ମଚାରୀ ମାନେ ଦୋକାନ ଗୁଡିକ ସିଲ କରିଥିଲେ l ଏହି ଦୋକାନ ଗୁଡିକ କୁ ଜୁନ 14 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଏନଏ ସି ପକ୍ଷରୁ କୁହାଯାଇଛି l ଏହା ସହ ସେମାନଙ୍କ ଠାରୁ କୋଭିଡ -19 ନୀୟମ ଉଲଘଂନ ଅନୁସାରେ ନଅ ହଜାର ସାତଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି l ଏହା ସହ ଯେଉଁ ମାନେ ବିନା ମାସ୍କ ରେ ବାହାରେ ବୁଲୁଛନ୍ତି ସେମାନଙ୍କ ଠାରୁ ଏନଏ ସି ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାବୁ ସେମାନଙ୍କୁ ମାସ୍କ ପିନ୍ଧାଇ ଘରେ ସୁରକ୍ଷିତ ରହିବାକୁ କହିଛନ୍ତି l ଏଥିରେ ଛତ୍ରପୁର ଏନଏସି ର ଯୁଗଳ କିଶୋର ଦାଶ, ଏସ. ଦଲେୟା ରେଡ୍ଡୀ, ଜଗଦୀଶ ରେଡ୍ଡୀ, ପ୍ରଭାକର ବେହେରା, କୃଷ୍ଣ ମହାପାତ୍ର, ସୁପରଭାଇଜର ଏ. ଜାନକୀ, ସ୍ୱଚ୍ଛସାଥି ଟି. ଚିରଞ୍ଜିବି, ଏସ. ନୀଲୀମ୍ମା, ଏସ. ଭାଗ୍ୟଲକ୍ଷ୍ମୀ ଓ ଏସ. ଦମୟନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ ଯେ ରବିବାର ସକାଳୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାବୁ ସଟ ଡାଉନ ନିୟମ କୁ ତଦାରଖ କରିବା ନିମନ୍ତେ ଛତ୍ରପୁର ସହର ର ବିଭିନ୍ନ ଅଂଚଳ ବୁଲି ପରିଦର୍ଶନ କରିଥିଲେ ଯେଉଁ ଦୋକାନ ଗୁଡିକ ଏହାର ଉଲଘଂନ କରି ବ୍ୟବସାୟ କରୁଛନ୍ତି କିମ୍ବା ଖୋଲା ରଖିଛନ୍ତି ତାହାର ଫୋଟଗ୍ରାଫି ଆଣିଥିଲେ ତାହା ଅନୁସାରେ ଏନଏସି ପକ୍ଷରୁ ନଅ ଟି ଦୋକାନ କୁ ସିଲ କରାଯାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ