ଡ୍ୟାନ୍ସର ହେବା ପାଇଁ ଗୋଡ଼ କାଟିଦେଲେ ଯୁବତୀ
ବ୍ରିଟେନ୍ରେ ରହୁଥିବା ଜଣେ ମଡେଲ ସୁନ୍ଦରୀ, ଡ୍ୟାନ୍ସର ତଥା ଭିକ୍ଟୋରିଆ ସିଙ୍ଗର ମଡେଷ୍ଟା ଆଜି ଚର୍ଚ୍ଚାରେ । ଚର୍ଚ୍ଚା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି । ଭିକ୍ଟୋରିଆଙ୍କର ପିଲାଦିନରୁ ଇଚ୍ଛା ଥିଲା ସେ ଜଣେ ଭଲ ଡ୍ୟାନ୍ସର ହେବେ । କିନ୍ତୁ ଦୁର୍ଭାଗ୍ୟବଶତଃ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ପାଦରେ ଆଘାତ ଲାଗିଥିଲା । ଯେତେବେଳେ ତାଙ୍କୁ ୧୨ ବର୍ଷ ହୋଇଥିଲା ବହୁତ କଷ୍ଟ ଅନୁଭବ କରୁଥିଲେ । ୨୦ ବର୍ଷ ହେବା ପରେ ଗୋଡ଼ଟିକୁ କାଟିଦେବାକୁ ସେ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଚାଲିବାରେ ବହୁତ କଷ୍ଟ ହେବା ସହ ଦରଜ ମଧ୍ୟ ହେଉଥିଲା । ଭିକ୍ଟୋରିଆ କୁହନ୍ତି, ତାଙ୍କର ସ୍ୱପ୍ନ ଏବେ ପୂରଣ ହୋଇଛି । ଗୋଡ଼ କଟାଯିବା ପରେ ଭିକ୍ଟୋରିଆ ୨୦୧୨ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ପାରାଅଲିମ୍ପିକର ଉଦ୍ଯାପନୀ ସମାରୋହରେ ସୁନ୍ଦର ଭାବରେ ସେ ଠିକ୍ ଭାବରେ ଡ୍ୟାନ୍ସ କରି ପାରି ନ ଥିଲେ । ପାଦ ଠିକ୍ କରିବାକୁ ସର୍ଜରୀ କରାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇ ନ ଥିଲା । ଭିକ୍ଟୋରିଆ ତାଙ୍କ ଗୋଡ଼ କାଟିଦେବା ପାଇଁ ଡାକ୍ତରଙ୍କୁ ୫ ମାସ ଧରି ଅନୁରୋଧ କରିବା ପରେ ଶେଷରେ ତାଙ୍କର ଗୋଡ଼ କଟାଯାଇଥିଲା । ପିଲାଦିନରୁ ଗୋଡ଼ ପାଇଁ ଡ୍ୟାନ୍ସ କରିବାରେ ଯେଉଁସବୁ ଅସୁବିଧା ସୃଷ୍ଟି ହେଉଥିଲା କଟାଯିବା ପରେ ସେ ଭଲ ଭାବେ ଡ୍ୟାନ୍ସ କରିପାରୁଛନ୍ତି । ନୃତ୍ୟ ପ୍ରଦର୍ଶନ କରିଥିଲେ । ଯେଉଁଥିପାଇଁ ସାରା ବିଶ୍ୱରେ ସେ ଆଜି ପରିଚିତ ।


